ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି।
ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡ଼ା, ଅନୁଗୁଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ପାଞ୍ଚୋଟି ଜିଲ୍ଲାର ସବୁ ସହର ଓ ଗାଁ’କୁ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି।
ଏଥିସହିତ ସମ୍ବଲପୁର, ଝାରସୁଗୁଡ଼ା. ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ ସହର ସହିତ ଯାଜପୁର ରୋଡ୍ ଓ ଯାଜପୁର ଟାଉନକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ୨୨ ତାରିଖ ସକାଳ ୭ଟାରୁ ଏହି ଲକ୍ ଡାଉନ୍ ଆରମ୍ଭ ହେବ ଏବଂ ୨୯ ତାରିଖ ରାତି ୯ଟାରେ ଶେଷ ହେବ ବୋଲି କୁହାଯାଇଛି।
ଏଭଳି ହେଲେ ସାରା ରାଜ୍ୟର ସମସ୍ତ ଦୋକାନ୍ ବଜାର ଠପ୍ ହୋଇଯିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି।
The post କରୋନା ପାଇଁ ‘ଲକ୍ ଡାଉନ୍’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ appeared first on OdishaLIVE.