Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦେଶରେ ୧୨୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଲଦାଖ, ଓଡ଼ିଶା, ଜମ୍ମୁ କଶ୍ମୀରରେ ନୂଆ କେସ୍‌ ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪ ଛୁଇଁଛି। କେବଳ ମହାରାଷ୍ଟ୍ରରୁ ୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ କଥା ହେଉଛି ୩ ବର୍ଷର ଜଣେ ଝିଅର ରିପୋର୍ଟ ପଜିଟିଭ୍‌ ଆସିଛି। ଝିଅର ବାପା, ମା’ଙ୍କର ରିପୋର୍ଟ ବି ପଜିଟିଭ ରହିଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସିଦ୍ଧିବିନାୟକ ମନ୍ଦିରକୁ ବନ୍ଦ କରିଦିଆଯାଇଛି। ୟୁରୋପ ମହାଦେଶ, ତୁର୍କୀ ଏବଂ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରାଯାଇଛି।

ଆନ୍ଧ୍ରପ୍ରଦେଶରେ ୧, ଦିଲ୍ଲୀରେ ୭, ହରିୟାଣାରେ ୧୪, କର୍ଣ୍ଣାଟକ ୮, କେରଳ ୨୫, ମହାରାଷ୍ଟ୍ର ୩୯, ପଞ୍ଜାବ ୧, ରାଜସ୍ଥାନ ୪, ତାମିଲନାଡୁ ୧, ତେଲେଙ୍ଗାନା ୩, ଜମ୍ମୁ କଶ୍ମୀର ୨, ଲଦାଖ ୩, ଉତ୍ତରପ୍ରଦେଶ ୧୩, ଉତ୍ତରାଖଣ୍ଡ ଏବଂ ଓଡ଼ିଶାରୁ ଜରେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳ ଏବଂ ଦିଲ୍ଲୀରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

The post ଦେଶରେ ୧୨୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା appeared first on OdishaLIVE.


Viewing all articles
Browse latest Browse all 11715

Trending Articles