Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ:  ୨୨ରୁ ୨୨ ନେଗେଟିଭ, ୮ଟେଷ୍ଟ ରିପୋର୍ଟକୁ ଅପେକ୍ଷା

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କରୋନା କମ୍ୟୁନିକେସନ ସେଲ୍‌ର ମୁଖ୍ୟ ସୁବ୍ରତ ବାଗ୍‌ଚିଙ୍କ ସାମ୍ଵାଦିକ ସମ୍ମିଳନୀ
  • କରୋନା ମୁକାବିଲା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ସରକାର
  • ହାତଧୁଆ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ
  • ପ୍ରତିଦିନ ୪ଟା ୩୦ରେ ସାମ୍ଵାଦିକ ସମ୍ମିଳନୀରେ ସରକାର ଦେବେ ତଥ୍ୟ
  • ହେଲ୍‌ପ ଲାଇନ ନମ୍ଵର ୧୦୪କୁ କଲ୍‌ କରି ଲୋକେ ପାଇପାରିବେ ସୂଚନା ଓ ପରାମର୍ଶ
  • ରାଜ୍ୟରେ ୧୪୨ ଜଣ କରୋନା ସନ୍ଦେହ ବ୍ୟକ୍ତିଙ୍କ ଉପରେ ଥିଲା ନଜର

କରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ ରହିଛି। ଏହି ଯୁଦ୍ଧ ଦିନେ ବା ଦୁଇ ଦିନର ନୁହେଁ, ବରଂ ଅନ୍ତତଃ ୬ ମାସ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଏହି ଲଢେଇରେ ଭାଗ ନେବାକୁ ହେବ। ଆଜି କରୋନା ମୁକାବିଲା ସମ୍ପର୍କିତ ପ୍ରଥମ ସାମ୍ଵାଦିକ ସମ୍ମିଳନୀରେ ଏହି କଥା କହିଛନ୍ତି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚି।

ଆଜି ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନରେ ହୋଇଥିବା ଏହି ସମ୍ଵାଦିକ ସମ୍ମିଳନୀରେ କୁହାଯାଇଛି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୪୨ ଜଣଙ୍କୁ ସନ୍ଦେହ କରି ଚିକିତ୍ସା କରାଯାଉଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ସାମ୍ପଲ ପରୀକ୍ଷା ପାଇଁ ଆର୍‌ଏମ୍‌ଆରସିକୁ ପଠାଯାଇଥିଲା। ଏହି କରୋନା ପରୀକ୍ଷା ବେଳେ ସମସ୍ତ ନମୁନା ନେଗେଟିଭ ବାହାରିଛି।

ସେହିପରି ଆଜି ଆରଏମ୍‌ଆରସିକୁ ଆଉ ୮ଟି ନମୁନା କରୋନା ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ତାହାର ଫଳାଫଳ ଆସିଯିବ।

ଶନିବାର ଦିନ ରାଜ୍ୟସରକାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚିଙ୍କୁ କରୋନା କମ୍ୟନିକେସନ ସେଲ୍‌ର ମୁଖପାତ୍ର ଭାବେ ଘୋଷଣା କରିଥିଲେ। ବାଗ୍‌ଚି ଆଜି ଅପରାହ୍‌ଣରେ ଏହି ସାମ୍ଵାଦିକ ସମ୍ମିଳନୀରେ କୋରନା ମୁକାବିଲା ପାଇଁ ରାଜ୍ୟ ସରକାର କ’ଣ କରୁଛନ୍ତି, ସେ ସମ୍ପର୍କରେ ସୂଚନା ଦେଇଥିଲେ।

କରୋନା ଏକ ବିଶ୍ଵ ମହାମାରୀ ହୋଇଥିବାରୁ ଏହାର ସଫଳ ମୁକାବିଲା ପାଇଁ ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ଭୂମିକା ରହିଛି ବୋଲି ସୁବ୍ରତ ବାଗ୍‌ଚି କହିଥିଲେ। କରୋନା ସଚେତନତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଦେବା ସହ ସେ ଜନସାଧାରଣଙ୍କ ସହଯୋଗ ମାଗିଥିଲେ।

ପ୍ରତିଦିନ ଅପରାହ୍‌ଣ ୪ଟା ୩୦ରେ ଏହି ସାମ୍ଵାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଜନସାଧାରଣଙ୍କୁ ସୂଚନା ଓ ସଚେତନତାର ବାର୍ତ୍ତା ଦେବେ।

ଆଜିର ପ୍ରଥମ ସାମ୍ଵାଦିକ ସମ୍ମିଳନୀରେ କରୋନାର ଭୟବହତା ସମ୍ପର୍କରେ ସୂଚନା ଦେଇଥିଲେ ବାଗ୍‌ଚି। ସେ କହିଥିଲେ ଯେ, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ସାବୁନରେ ହାତ ଧୋଇବା, ଆଖି, ନାକ ଓ ପାଟିରେ ହାତ ଲଗାଇବା ନାହିଁ, ବିଦେଶର ବା କୌଣସି କରୋନା ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରିଥିଲେ ବା ସେଠାରୁ ଓଡ଼ିଶା ଆସିଥିଲେ ତାହା ନଲୁଚାଇ ଜଣାଇବା ଏବଂ କାହାଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଚିକିତ୍ସା ପାଇଁ ହେଲ୍‌ପ ଲାଇନରେ ନମ୍ଵରରେ ଯୋଗଯୋଗ କରିବା – ଏହି ଭଳି କୋତୋଟି ପଦକ୍ଷେପ ନେଲେ ଆମେ କରୋନା ପ୍ରଭାବରୁ ଆମ ରାଜ୍ୟକୁ ରକ୍ଷା କରିପାରିବା।

The post କରୋନା ଯୁଦ୍ଧ ପାଇଁ ଓଡ଼ିଶା ପ୍ରସ୍ତୁତ:  ୨୨ରୁ ୨୨ ନେଗେଟିଭ, ୮ଟେଷ୍ଟ ରିପୋର୍ଟକୁ ଅପେକ୍ଷା appeared first on OdishaLIVE.


Viewing all articles
Browse latest Browse all 11715

Trending Articles