Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଡେଉଁଛି କରୋନା – ହାତ ମିଳାନ୍ତୁନି, ଆଲିଙ୍ଗନ କରନ୍ତୁନି

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାରା ବିଶ୍ଵରେ କରୋନା ଭାଇରସ ନିଜ କାୟା ବିସ୍ତାର କରିଛି। ଏଥିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ଭାରତରେ ୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଓଡ଼ିଶାରେ ଏଭଳି କୌଣସି ମାମଲା ଏଯାଏଁ ସାମ୍ନାକୁ ଆସିନଥିଲେ ମଧ୍ୟ ଏହି ପ୍ରାଣଘାତୀ ଭାଇରସ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଏହାକୁ ଦୃଷ୍ଟିରେ ସଚେତନତା ଆରମ୍ଭ ହୋଇଛି।

  • କୌଣସି ଜାଗାରେ ବହୁ ଲୋକ ଏକାଠି ହୁଅନ୍ତୁ ନାହିଁ। ବଡ଼ବଡ଼ ସଭାସମତି କରନ୍ତୁ ନାହିଁ।
  • କାହା ସହିତ ହାତ ମିଳାନ୍ତୁ ନାହିଁ କି ଆଲିଙ୍ଗନ କରନ୍ତୁ ନାହିଁ।
  • ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲ ଭାବେ ଧୁଅନ୍ତୁ।
  • କାଶ ଛିଙ୍କ ସମୟରେ ରୁମାଲ/ଟିସୁ ବ୍ୟବହାର କରନ୍ତୁ।
  • ବ୍ୟବହୃତ ଟିସୁ ପେପରକୁ ଯଥାଶୀଘ୍ର ଡଷ୍ଟବିନରେ ପକାନ୍ତୁ।
  • କିଛି ଲକ୍ଷଣ ଦେଖା ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଆଲୋଚନା କରନ୍ତୁ।
  • କାହାକୁ ଥଣ୍ଡା ହୋଇଥିଲେ ତାଙ୍କଠାରୁ ୧ ମିଟର ଦୂରତା ଅବଲମ୍ବନ କରନ୍ତୁ।
  • ସର୍ବ ସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାନ୍ତୁ ନାହିଁ।
  • ଆଖି, ନାକ ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ।

ମନେରଖନ୍ତୁ କରୋନା ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନାହିଁ ତେଣୁ ଏହାର ମୁକାବିଲା କରିବାରୁ ସବୁଠାରୁ ବଡ଼ ରାସ୍ତା ହେଉଛି ସଚେତନ ରହିବା।

The post ଡେଉଁଛି କରୋନା – ହାତ ମିଳାନ୍ତୁନି, ଆଲିଙ୍ଗନ କରନ୍ତୁନି appeared first on OdishaLIVE.


Viewing all articles
Browse latest Browse all 11715

Trending Articles