Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର

$
0
0

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏବେ ପଞ୍ଚାୟତ ସ୍ତରରେ କରୋନା ମୁକାବିଲା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଦେଶରୁ ଯଦି କୌଣସି ବ୍ୟକ୍ତି ନିଜ ଘରକୁ ଫେରନ୍ତି ତାହାଲେ ଏ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଏବଂ ରେସିଡେଣ୍ଟ ୱେଲଫେୟାର ଆସୋସିଏସନର କର୍ମକର୍ତ୍ତା ସରକାରଙ୍କୁ ଜଣାଇବେ ବୋଲି ଶିଳ୍ପ ବିଭାଗ ସଚିବ ସଞ୍ଜିବ ଚୋପ୍ରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘ଭାରତରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ବିଦେଶରୁ ଫେରିଥିବା ଲୋକ। ଏଣୁ ଜନସାଧାରଣ ଏଥିପ୍ରତି ସଜାଗ ରହିବା ଦରକାର। ଯଦି କୌଣସି ବ୍ୟକ୍ତି ବିଦେଶରୁ ସେମାନଙ୍କ ଅଞ୍ଚଳକୁ ଫେରନ୍ତି ତାହାଲେ ସେମାନଙ୍କୁ ‘ହୋମ୍‌ ଆଇସୋଲେସନ’ରେ ରହିବାକୁ ପରାମର୍ଶ ଦେବେ। ଘରେ ରହିଲେ ହିଁ ଏହି ଭାଇରସ୍‌ ବ୍ୟାପିବ ନାହିଁ’’, କହିଛନ୍ତି ସଞ୍ଜିବ ଚୋପ୍ରା।

‘‘କରୋନା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ। ସାମାଜିକ ସଚେତନତା ଏବଂ ନିଜକୁ ନିଜେ ସୁରକ୍ଷିତ ରଖିଲେ ହିଁ କରୋନା ମୁକାବିଲା ସମ୍ଭବ ହେବ।’’

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବୈଷୟିକ ଟିମ୍‌ ଗଠନ କରିବେ। ଏଥିରେ ଅଭିଜ୍ଞ ଡାକ୍ତରଙ୍କ ସମେତ ବୈଜ୍ଞାନିକ ରହିବେ। ଏହି ଟିମ୍‌ କରୋନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଏହାସହ ଜିଲ୍ଲାପାଳ, ଏସ୍‌ପିଙ୍କୁ ମଧ୍ୟ ସଜାଗ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାମପଞ୍ଚାୟତ, ସବ୍‌ଡିଭିଜନ ଏବଂ ଜିଲ୍ଲା ସ୍ତରରେ ଯେଉଁ ଡାକ୍ତରଖାନା ରହିଛି ତାକୁ ସଫାସୁତରା ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ହାସହ ଚିକିତ୍ସା ପାଇଁ ଯାହା ସରଞ୍ଜାମ ଦରକାର ତାହା ମହଜୁଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

‘‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍‌ ରିପୋର୍ଟ ଆସିନି। ରାଜ୍ୟ ବାହାରୁ ଯେଉଁ ୧୪୧ ଜଣ ଆସିଛନ୍ତି ସେମାନଙ୍କୁ ଅବଜରଭେସନରେ ରଖାଯାଇଛି। ହେଲେ ଏନେଇ ସମସ୍ତେ ସତର୍କ ରହିବା ଦରକାର’’, କହିଛନ୍ତି ସଞ୍ଜିବ ଚୋପ୍ରା।

The post ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles