Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ଆଉ ଜଣଙ୍କ ଜୀବନ ନେଇଛି। ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ୬୯ ବର୍ଷିୟା ଜଣେ ମହିଳା ଆଖି ବୁଜିଛନ୍ତି। ତାଙ୍କ ପୁଅ ନିକଟରେ ବିଦେଶରୁ ଫେରିଥିଲେ। ପୁଅଙ୍କଠାରୁ ସଂପୃକ୍ତ ମହିଳାଙ୍କୁ କରୋନା ଭାଇରସ୍‌ ଆକ୍ରାନ୍ତ କରିଥିବା ଅନୁମାନ କରାଯାଉଛି। ମହିଳାଙ୍କ ଡାଇବେଟିସ୍‌ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ।

ସଂପୃକ୍ତ ମହିଳାଙ୍କ ପାଖରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ଭାରତରେ ପ୍ରଥମ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା। ଆଜି ଦିଲ୍ଲୀରେ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।

ବର୍ତ୍ତମାନସୁଦ୍ଧା ଦିଲ୍ଲୀରେ ୬ କରୋନା ଆକ୍ରାନ୍ତ, ହରିୟାଣାରେ ୧୭, କେରଳରେ ୨୨, ରାଜସ୍ଥାନରେ ୩, ତେଲେଙ୍ଗାନାରେ ୧, ଉତ୍ତରପ୍ରଦେଶରେ ୧୧, ଲଦାଖରେ ୩, ତାମିଲନାଡୁରେ ୧, ଜମ୍ମୁ କଶ୍ମୀରରେ ୨, ପଞ୍ଜାବରେ ୧, କର୍ଣ୍ଣାଟକରେ ୭, ଆନ୍ଧ୍ରରେ ୧, ମହାରାଷ୍ଟ୍ରରେ ୧୭ ଜଣଙ୍କର ରକ୍ତ ନମୁନା ପଜିଟିଭି ଆସିଛି।

The post କରୋନା ନେଲା ଆଉ ଜଣଙ୍କ ଜୀବନ – ଭାରତରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images