Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁସ୍ମିତା ଦାସଙ୍କ ହୋଲି ଗୀତ – ‘ରଙ୍ଗିନ ଛତା ଖୋଲି ଆସିଛି ହୋଲି’

$
0
0

ଓଡ଼ିଶାଲାଇଭ୍ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ରଙ୍ଗିନ ଛତା ଖୋଲି ଆସିଛି ହୋଲି, ନେଳିଆ ଖରା ତା’ର ବର୍ଷା ନାଲି’।

ରଙ୍ଗର ପର୍ବ ହୋଲି ଅବସରରେ ସୋସିଆଲ ମିଡିଆରେ ରିଲିଜ୍‌ ହୋଇଛି ଗାୟିକା ସୁସ୍ମିତା ଦାସଙ୍କ ଏହି ନୂଆ ଗୀତ।

ଦେବଦାସ ଛୋଟରାୟଙ୍କ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର। ଏହି ଗୀତରେ ପିକ୍ଚରାଇଜେସନ୍‌ରେ ସୁସ୍ମିତା ମୁହଁରେ ରଙ୍ଗ ବୋଳି ସ୍ୱରରେ ହୋଲିର ରଙ୍ଗ ପରିବେଷଣ କରୁଛନ୍ତି।

‘ହଳଦିଆ ଫୁଲ ଫୁଟେ ଦେହରେ ତା’ର, ସୁନେଲି ରୂପେଲି ତା’ର ହାତ ପାପୁଲି’ – ଦେବଦାସ ଛୋଟରାୟଙ୍କ ଷ୍ଟାଇଲ୍‌ର ଗୀତ। ଗୀତ ଭିତରେ ରଙ୍ଗ ଆଉ ହୋଲିର ମତୁଆଲା ପଣ।

ସୁସ୍ମିତା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଗୀତଟିକୁ ହୋଲି ଅବସରରେ ଅପ୍‌ଲୋଡ୍‌ କରିଛନ୍ତି। ସତରେ ଜୀବନର କେତେ ରଙ୍ଗ। ହୋଲି ଏକ ବାର୍ଷିକ ଅବସର, ଯାହାକି ଏହି ରଙ୍ଗକୁ ଟିକେ ଅଧିକ ସ୍ପଷ୍ଟ କରି ତୋଳି ଧରେ। ବସନ୍ତ, ଆନନ୍ଦ ଓ ରଙ୍ଗର ମହୋତ୍ସବ ହୋଲିକୁ ସୁସ୍ମିତା ଗୀତରେ ଓ ସଙ୍ଗୀତରେ ସଜେଇବାକୁ ଚେଷ୍ଟା କରିଛନ୍ତି।

‘ଲୋଚାକୋଚା ଲୁଗା ପରି ଆମ ଜୀବନ, ତା’ ଭିତରେ ହଜି ଯାଏ କେତେ ସପନ’ – ଗୀତର ଏହି ଶକ୍ତିଶାଳୀ ଲାଇନ୍‌ଟିକୁ କୋଟ୍‌ କରି ସୁସ୍ମିତା ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ, ଜୀବନର ବିଭିନ୍ନ ସମସ୍ୟା, ଦ୍ୱନ୍ଦ୍ୱ ଏବଂ ଦୁଃଖ ଭିତରେ ବି ଥାଏ ଆଶା ଓ ରଙ୍ଗ। ହୋଲି ଆମକୁ ଜୀବନର ସେହି ସବୁ ଦୁଃଖକୁ ଭୁଲି ସୁଖକୁ ସେଲିବ୍ରେଟ୍‌ କରିବାର ପରିବେଶ ଆଣିଦିଏ।

ପୂର୍ବରୁ ଓଡ଼ିଶାର ରସଗୋଲା ଉପରେ ଏକ ସମସାମୟିକ ଗୀତ କରି ସୋସିଆଲ ମିଡିଆରେ ଓଡ଼ିଶାର ମିଠାପଣକୁ ପ୍ରଚାର କରିଥିଲେ ସୁସ୍ମିତା। ବିଭିନ୍ନ ସମୟରେ ସମସାମୟିକ ବିଷୟକୁ ନେଇ ସୁସ୍ମିତା ଦାସ ସଙ୍ଗୀତ ପ୍ରସ୍ତୁତ କରିଆସୁଛନ୍ତି। ବିଶେଷକରି ଦେବଦାସ ଛୋଟରାୟଙ୍କ ଗୀତ ଏବଂ ଓମ୍‌ ପ୍ରକାଶ ମହାନ୍ତିଙ୍କ ସଙ୍ଗୀତକୁ ନେଇ ସୁସ୍ମିତାଙ୍କର କେତେଗୁଡ଼ିଏ ଲୋକପ୍ରିୟ ମ୍ୟୁଜିକ୍‌ ଆଲବମ୍‌ ରହିଛି।

ମାୟାଧର ମାନସିଂହଙ୍କ ପ୍ରେମ ଗୀତ ଉପରେ ଆଧାରିତ ‘ମାୟାଦର୍ପଣ’ରୁ ସୁସ୍ମିତା ଦାସଙ୍କ ଏହି ସଙ୍ଗୀତର ଧାରା ଏକ ନୂଆ ମୋଡ଼ ନେଇଥିଲା। ପରବର୍ତ୍ତୀ ସମୟରେ ଦେବଦାସ ଛୋଟରାୟଙ୍କ ଗୀତ ଉପରେ ଆଧାରିତ ‘ହାତୀ ସଜ କର’, ‘ରେଡିଓ ଡେଜ୍‌’ ଓ ‘ଗୋଟିଏ ଶାରୀ’ ଆଦି ମ୍ୟୁଜିକ୍‌ ଆଲବମ୍‌ ମୁକ୍ତିଲାଭ କରିଥିଲା।

ବୌଦ୍ଧ ତନ୍ତ୍ର ଗାନ ବିଷୟ ଉପରେ ଅଧାରିତ ଡକ୍ଟର ହରପ୍ରସାଦ ଦାସଙ୍କ ‘ଦେହ ବିଦେହ’ ଥିଲା ସୁସ୍ମିତାଙ୍କ ଆଉ ଏକ ଏକ୍ସପେରିମେଣ୍ଟ। ସୁସ୍ମିତାଙ୍କ ସ୍ଵର ସାଙ୍ଗକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୟାଣ୍ଡ ଆନିମେସନ୍‌ ମାଧ୍ୟମରେ ଏହା ଉପସ୍ଥାପନ ହୋଇଥିଲା।

ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ ୨୦୧୬ ଅବସରରେ ଦେବଦାସ ଛୋଟରାୟଙ୍କ ଗୀତ ‘ଝଡ଼’କୁ ନେଇ ନିଜ ସ୍ୱରରେ ଉପସ୍ଥାପନ କରିଥିଲେ ସୁସ୍ମିତା। ଏହାର ଉପସ୍ଥାପନା ବେଳେ ସ୍ୟାଣ୍ଡ ଆନିମେସନ୍‌କୁ ପ୍ରମୁଖ ଭିଜୁଆଲ ମିଡିଅମ୍‌ ଭାବେ ବ୍ୟବହାର କରାଯାଇଥିଲା।

‘ଦେହ ବିଦେହ’ ଏବଂ ‘ଝଡ଼’ ପ୍ରଡକ୍ସନ ବେଳେ ଓଡ଼ିଶାଲାଇଭ୍‌ ଟିମ୍‌ ସୁସ୍ମିତାଙ୍କ କାମ ସହ ଯୋଡ଼ି ହୋଇଥିଲା।

The post ସୁସ୍ମିତା ଦାସଙ୍କ ହୋଲି ଗୀତ – ‘ରଙ୍ଗିନ ଛତା ଖୋଲି ଆସିଛି ହୋଲି’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles