Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଥର ଆଇପିଏଲ୍‌ରେ ପର୍ପଲ କ୍ୟାପ ଦୌଡ଼ରେ ରହିପାରନ୍ତି ଏହି ଖେଳାଳିମାନେ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ୍‌ ମହାସମର। ବର୍ତ୍ତମାନ ଏହି ମହାସମରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଲାଣି। ଆଇପିଏଲ୍‌ରେ ଦର୍ଶକମାନେ ଅଧିକ ବ୍ୟାଟ୍ସମ୍ୟାନମାନଙ୍କ ଖେଳ ଦେଖିବାକୁ ବେଶ ପସନ୍ଦ କରନ୍ତି। ସେହିପରି ଆଇପିଏଲ୍‌ରେ ବୋଲରମାନଙ୍କ ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ରହିଥାଏ। ତେଣୁ ଏଥର ସେମିତି କିଛି ବୋଲରମାନଙ୍କ ଉପରେ ନଜର ରହିବ, ଯେଉଁମାନେ ପର୍ପଲ କ୍ୟାପ ପାଇଁ ଯୋଗ୍ୟ।

ଇମ୍ରାନ ତାହିର

ଟି-୨୦ କ୍ରିକେଟରେ ଥିବା ଅଗ୍ରଣୀ ଲେଗ୍‌ ସ୍ପିନରଙ୍କ ମଧ୍ୟର ଇମ୍ରାନ ତାହିର ଅନ୍ୟତମ। ଚେନ୍ନାଇ ପାଇଁ ଖେଳି ସେ ଆଇପିଏଲ୍‌ରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ପିଚ୍‌ରେ ବ୍ୟାଟ୍ସମ୍ୟାନମାନଙ୍କୁ ନିଜ ବୋଲିଂର ଯାଦୁରେ ଆଉଟ କରି ପାଭିଲିୟନ ଫେରାଇଥାନ୍ତି। ଏହାସହ ସେ ଜଣେ ଅଭିଜ୍ଞ ବୋଲର ମଧ୍ୟ। ଏଥର ସେ ଚେନ୍ନାଇ ପକ୍ଷରୁ ଖେଳିବେ। ୨୦୧୯ରେ ତାହିର ପର୍ପଲ କ୍ୟାପ ବିଜେତା ମଧ୍ୟ ଥିଲେ। ତେଣୁ ଏଥର ମଧ୍ୟ ତାଙ୍କ ଉପରେ ନଜର ରହିବ।

ଦିପକ ଚହର

ଗତ ଦଇଥର ଆଇପିଏଲ୍ ସିଜିନ୍‌ରେ ନିଜର ଚମତ୍କାର ଫର୍ମ ଦେଖାଇଛନ୍ତି ଦିପକ ଚହର। ଚେନ୍ନାଇ ପକ୍ଷରୁ ଖେଳୁଥିବା ଏହି ବୋଲର ଡେଥ ଓଭରରେ ଚମତ୍କାର ପ୍ରଦର୍ଶନ କରନ୍ତି। ବଲ୍‌ ସୁଇଙ୍ଗ କରିବା ସହ ବାଉନ୍ସର ପକାଇବାର ଦକ୍ଷତା ମଧ୍ୟ ରଖିଛନ୍ତି ଦିପକ। ତାଙ୍କ ପ୍ରଦର୍ଶନ ଯୋଗୁଁ ଏଥର ଆଇପିଏଲ୍‌ରେ ସେ ପର୍ରଲ କ୍ୟାପ ନେଇପାରନ୍ତି ବୋଲି କୁହାଯାଉଛି।

କାଗିସୋ ରାବାଡା

ଗତ ଆଇପିଏଲ୍‌ରେ କାଗିସୋ ରାବାଡା ପର୍ପଲ କ୍ୟାପର ହକ୍‌ଦାର ଥିଲେ। ହେଲେ ଆହତ କାରଣରୁ ତାଙ୍କୁ ଆଇପିଏଲ୍‌ରୁ ବିଦା ହେବାକୁ ପଡ଼ିଥିଲା। ଏହି ବୋଲର ବିଶ୍ଵର ଅନେକ ଦ୍ରୁତମତ ବୋଲରଙ୍କ ମଧ୍ୟରେ ଅନ୍ୟତମ। ନୂଆ ବଲ୍‌ରେ ସେ ଚମତ୍କାର ସୁଇଙ୍ଗ କରିଥାନ୍ତି। ଦିଲ୍ଲୀ ପକ୍ଷରୁ ଖେଳୁଥିବା ଏହି ବୋଲର ଏଥର ଆଇପିଏଲରେ ନିଜ ପ୍ରଦର୍ଶନ ବଜାୟ ରଖିବେ ବୋଲି ଆସା କରାଯାଉଛି।

ଯଶପ୍ରିତ ବୁମ୍‌ରାହ

ବୁମ୍‌ରାହ ଆହତ ସମସ୍ୟାରୁ ବାହାରିବା ପରଠୁ ଫର୍ମରେ ଦେଖାଯାଉନାହାନ୍ତି। ହେଲେ ସେ ଡେଥ୍‌ ଓଭରରେ ଭଲ ଓ୍ଵାର୍କର ପକାଇ ଏନେକ ଥର ମୁମ୍ଵାଇକୁ ବିଜୟୀ କରାଯାଇଛନ୍ତି। ଏହାସହ ବୁମରାହ ଭାରତର ଶ୍ରେଷ୍ଠ ବୋଲର। ଆଇପିଏଲ୍‌ରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ରହିଥିଲା। ଏଥର ଆଇପିଏଲ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରି ପର୍ପଲ କ୍ୟାପ ହାତେଇବେ ବୋଲି ଚର୍ଚ୍ଚା ହେଉଛି।

The post ଏଥର ଆଇପିଏଲ୍‌ରେ ପର୍ପଲ କ୍ୟାପ ଦୌଡ଼ରେ ରହିପାରନ୍ତି ଏହି ଖେଳାଳିମାନେ appeared first on OdishaLIVE.


Viewing all articles
Browse latest Browse all 11715

Trending Articles