Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପୁଣି ଆବେଦନ ହେଲା ଡେଥ୍‌ ଓ୍ଵାରେଣ୍ଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପୁଣି ଆବେଦନ ହେଲା ଡେଥ୍‌ ଓ୍ଵାରେଣ୍ଟ। ଟ୍ରାଏଲ କୋର୍ଟରେ ଦିଲ୍ଲୀ ସରକାରଙ୍କ ଜେଲ୍‌ ବିଭାଗ ଏହି ଆବେଦନ କରିଛି। ଆଜି ପବନର ରାଜକ୍ଷମା ଖାରଜ ପରେ ଡେଥ୍‌ ଓ୍ଵାରେଣ୍ଟ ପାଇଁ ଆବେଦନ କରାଯାଇଛି।

ପୂର୍ବରୁ ୩ ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇ ମଧ୍ୟ ଫାଶୀ ହୋଇପାରିନାହିଁ। ପ୍ରଥମେ ଜାନୁଆରି ୨୨ ତାରିଖରେ ଫାଶୀ ନେଇ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଥିରୁ ବଞ୍ଚିବା ପାଇଁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଥିଲେ। ପରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହେବାରୁ ଏହାକୁ ଫେବ୍ରୁଆରି ୧ ତାରଖକୁ ରଖାଯାଇଥିଲା। ଏହି ତାରିଖ ମଧ୍ୟ ଘୁଞ୍ଚା ଯାଇ ମାର୍ଚ୍ଚ ୩ତାରିଖକୁ ରଖାଯାଇଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିଗିତ ରଖାଯାଇଛି।

ମାର୍ଚ୍ଚ ୩ ତାରିଖ ପୂର୍ବରୁ ଦୋଷୀ ପବନ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ଫାଶୀରୁ ମୁକୁଳିବା ପାଇଁ ପବନ ସେହିଦିନ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ବୁଧବାର ଖାରଜ କରିଦେଇଛନ୍ତି।

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଅନ୍ୟ ତିନି ଜଣ ଦୋଷୀଙ୍କର ମଧ୍ୟ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି। ଏବେ ଶେଷ ଦୋଷୀଭାବେ ପବନର ମଧ୍ୟ ରାଜକ୍ଷମା ଖାରଜ ହୋଇଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ନିର୍ଭୟାଙ୍କ ମା’ ମଧ୍ୟ ଆଇନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦୋଷୀମାନେ ଆଇନର ସାହାରା ନେଇ ସବୁବେଳେ ଖସିଯାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

The post ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ପୁଣି ଆବେଦନ ହେଲା ଡେଥ୍‌ ଓ୍ଵାରେଣ୍ଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles