Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କୋରୋନା କଟକଣା – ୪ ଦେଶର ଭିସା ରଦ୍ଦ କଲା ଭାରତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସକୁ ନେଇ ଭାରତ ସରକାର କଟକଣା ଜାରି କରିଛନ୍ତି। ୪ ଦେଶ ଜାପାନ, ଦକ୍ଷିଣ କୋରିଆ, ଇଟାଲି ଓ ଇରାନ ଦେଶର ନାଗରିକଙ୍କ ଭିସା ରଦ୍ଦ କଲା ଭାରତ। ମାର୍ଚ୍ଚ ୩ ତାରିଖ ପୂର୍ବରୁ ଜାରି ହୋଇଥିବା ଇ-ଭିସାକୁ ରଦ୍ଦ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

ଏହାସହ ଚୀନ, ଦକ୍ଷିଣ କୋରିଆ, ଜାପାନ, ଇରାନ, ଇଟାଲି, ହଂକଂ, ମକାଉ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ନେପାଳ, ଥାଇଲାଣ୍ଡ, ତାଇବାନ ଓ ସିଙ୍ଗାପୁର ଆଦି ଦେଶ ନଯିବାକୁ ଭାରତୀୟମାନଙ୍କୁ ଏହି ଆଡଭାଇଜରୀରେ ଅନୁରୋଧ କରାଯାଇଛି। ଏହାସହ ଏହି ଦେଶରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରାଇବାକୁ ବାଧ୍ୟତମୂଳକ କରାଯାଇଛି।

କରୋନା ଭାଇରସ ମୁକାବିଲା କରିବା ପାଇଁ ବେସାମରିକ ବିମାନ ଚଳାଚଳ ସଚିବ ମଙ୍ଗଳବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଉପରୋକ୍ତ ୪ ଦେଶରୁ ଆସୁଥିବା ନାଗରିକଙ୍କ ଉପରେ ନଜର ରଖିବାକୁ ସମସ୍ତ ବିମାନ ବନ୍ଦର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୋରୋନା ଭାଇରସ ମୁକାବିଲା ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା କରିଛନ୍ତି।

ଭାରତରେ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଭାରତର ତିନି ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଦୁଇଜଣ ବ୍ୟକ୍ତି ତେଲେଙ୍ଗାନା ଓ ଜୟପୁରର ବୋଲି ଜଣାପଡ଼ିଛି।

The post କୋରୋନା କଟକଣା – ୪ ଦେଶର ଭିସା ରଦ୍ଦ କଲା ଭାରତ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images