Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବାପ-ଝିଅ ଗିରଫ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ମସିହା ପୁଲୱାମା ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ। ଜାମ୍ମୁର ଲେଥପୋରା ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅ ଇନଶା ଜାନ। ଏହି ଘଟଣାରେ ପୂର୍ବରୁ ସକିର ୱସିର ମାଗ୍ରେକୁ ଗିରଫ କରିଯାଇଥିଲା।

ସକିର ୱସିର ମାଗ୍ରେ ଜମ୍ମୁର ପୁଲୱାମା ଜିଲ୍ଲାର ଅଧିବାସୀ। ସେ ପାକିସ୍ତାନର ଆତାଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ପାଇଁ କାମ କରୁଥିଲା। ମାଗ୍ରେ ସହ ଏହି ଦୁଇ ବାପା-ଝିଅ ମିଶି ଆତ୍ମଘାତି ଆତଙ୍କୀମାନଙ୍କୁ ନିଜ ଘରେ ଆଶ୍ରୟ ଦେଇଥିଲେ। ଏହାସହ ବିସ୍ଫୋରକ ଆଣିବାରେ ଏମାନେ ଆତଙ୍କୀମାନଙ୍କୁ ସହାୟତା କରିଥିଲେ। ଏହାସହ ସିଆରପିଏଫ ବସ୍‌ ଗତିବିଧି ନେଇ ମଧ୍ୟ ଆତଙ୍କୀମାନଙ୍କୁ ସୂଚନା ଦେଇଥିଲେ।

୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ଘଟଣା ପରେ ଦେଶରେ ଶୋକର ମାହୋଲ ଖେଳି ଯାଇଥିଲା। ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି ଏନ୍‌ଆଇଏ।

The post ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବାପ-ଝିଅ ଗିରଫ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images