Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ
  • ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ
  • ୧୦୩୨ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ
  • ସୁନ୍ଦରଗଡ଼ ବିକାଶ କ୍ଷେତ୍ରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଶେଷ ଯୋଗଦାନ

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ୪୯୪.୯୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପର ମୂଲ୍ୟ ୧୦୩୨.୧୫ କୋଟି ଟଙ୍କା। ଏଥିପାଇଁ ସୁନ୍ଦରଗଡ଼ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଏବଂ ଅନ୍ୟାନ୍ୟ ଯୋଜନା ଅଧୀନରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଆଦି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ଏହି ଅନୁଦାନ ମିଳିଛି। ଏହାକୁ ଆଧାର କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିତ୍ତିଭୂମିର ଉନ୍ନତିଲାଗି ବିଭିନ୍ନ ପ୍ରକଳ୍ପର ପରିକଳ୍ପନା କରାଯାଇଛି।

ଜିଲ୍ଲାର ୧୫ଟି ଆବାସିକ ବିଦ୍ୟାଳୟରେ ୧୭.୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅତିରିକ୍ତ କ୍ଲାସ୍‌ ‌ରୁମ୍‌‌, ଡାଇନିଂ ହଲ୍‌, ରୋଷେଇ ଘର, ଖେଳପଡ଼ିଆ ଓ ହଷ୍ଟେଲ୍ ଇତ୍ୟାଦି। ହଷ୍ଟେଲରେ ଗଦି ବ୍ୟବସ୍ଥା ସହ ସ୍କୁଲ୍‌ ପାଇଁ ଡିଜେଲ ଜେନେରେଟର ସେଟ୍ ମଧ୍ୟ ଯୋଗାଇ ଦିଆଯାଇଛି। ମୋଟ୍ ୨୮କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ସ୍ୱାସ୍ଥ୍ୟସେବାର ସୁବିଧା ପାଇଁ ସରକାର ଜିଲ୍ଲା ଖଣିଜ ପାଣ୍ଠିରୁ ୩୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦେବା ସହ ୧୫ଟି ମହାପ୍ରୟାଣ ଗାଡ଼ି ମଧ୍ୟ ପ୍ରଦାନ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉତ୍ସର୍ଗ କରିଥିଲେ।

ସେହିପରି କୋଇଡ଼ାରୁ ଡେଙ୍ଗୁଲା, ଟେନ୍ସା, ବରସୁଆଁ ଦେଇ କଲେଇପାସ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ୩୮ କିଲୋମିଟର ରାସ୍ତା ଲାଗି ଡିଏମଏଫ୍ ପାଣ୍ଠିରୁ ୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ।

ଯକ୍ଷ୍ମା ନିରାକରଣ ଓ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ଏଥିପାଇଁ ଯୋଗାଇ ଦିଆଯାଇଛି ଅତ୍ୟାଧୁନିକ TRUENAT ମେସିନ୍। ଜିଲ୍ଲା ଖଣିଜ ପାଣ୍ଠିରୁ ୫.୯୮ କୋଟି ଅର୍ଥରେ କିଣାଯାଇଥିବା ଏହି ମେସିନଗୁଡ଼ିକ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ବଣେଇ ସବଡିଭିଜନାଲ୍ ହସ୍ପିଟାଲ୍ ସହ କୋଇଡ଼ା, ରାଜଗାଙ୍ଗପୁର, ହେମଗିରି, ପାନପୋଷ ଓ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ମେସିନ୍ ବ୍ୟବହାର କରାଯିବ।

The post ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images