Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟ୍ରେଲର ଦେଖି ‘ସୂର୍ଯ୍ୟବଂଶୀ’କୁ ବ୍ଲକବଷ୍ଟର କହିଲେ ଦର୍ଶକ

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଫିଲ୍ମରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଛି। ଟ୍ରେଲରକୁ ଦର୍ଶକ ମଧ୍ୟ ଭଲ ରେସପନ୍ସ ଦେଇଛନ୍ତି। ସବୁଠୁ ଖାସ କଥା ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିଛନ୍ତି।

ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍‌, ‘ସିମ୍ବା’ ରଣବୀର ସିଂହ ଓ ‘ସିଙ୍ଘମ’ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବେ ଦର୍ଶକ। ୪ ମିନିଟର ଏହି ଟ୍ରେଲରରେ ଅକ୍ଷୟଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଅକ୍ଷୟଙ୍କ ବିଭିନ୍ନ ଖତରନାକ ଷ୍ଟଣ୍ଟ ରହିଥିଲା ବେଳେ ରଣବୀର ସିଂ ଓ ଅଜୟ ଦେବଗନଙ୍କ ବି ଜବରଦସ୍ତ ଏଣ୍ଟଅି ରହିଛି।

ଏଥସହିତ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦୀଙ୍କ ସହ ପୋଲିସର ସଂଘର୍ଷକୁ ଦେଖାଯାଇଛି। ଫିଲ୍ମରେ କ୍ୟାଟ୍ରିନାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସିଙ୍ଘମ’ ଓ ‘ସିମ୍ବା’ ପରେ ରୋହିତ ସେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ ଯାହା ପୋଲିସ ବିଭାଗକୁ ନେଇ ନିର୍ମାଣ ହୋଇଛି। ଫିଲ୍ମଟି ମାର୍ଚ୍ଚ୨୪ରେ ରିଲିଜ ବେହ।

The post ଟ୍ରେଲର ଦେଖି ‘ସୂର୍ଯ୍ୟବଂଶୀ’କୁ ବ୍ଲକବଷ୍ଟର କହିଲେ ଦର୍ଶକ appeared first on OdishaLIVE.


Viewing all articles
Browse latest Browse all 11715

Trending Articles