Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶା ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି –ରାମ ମାଧବ

$
0
0

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ଯେ କେନ୍ଦ୍ରରୁ ଯେତେ ଅର୍ଥ ଆସୁଛି ଓଡ଼ିଶା ସରକାର ତାହାକୁ ଖର୍ଚ୍ଚ କରି ପାରୁ ନାହାଁନ୍ତି। ନରେନ୍ଦ୍ର ମୋଦୀ ସରକାର ଓଡ଼ିଶା ପାଇଁ ଯେଉଁଭଳି ହାତ ଖୋଲିଦେଇଛନ୍ତି ଓଡ଼ିଶା ସରକାର ତାହାର ଉପଯୋଗ କରିବା ପାଇଁ ଅସମର୍ଥ। ସେ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ନୂଆ ପ୍ରସ୍ତାବ ପାଉନାହିଁ କି ଆସିବା ଟଙ୍କା ଖର୍ଚ୍ଚ ହୋଇ ପାରୁନାହିଁ।

୨୦୨୦ କେନ୍ଦ୍ର ବଜେଟ୍‌ ଉପରେ ରାମ ମାଧବ ଏକ କର୍ମଶାଳାରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ। ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଦଳର ସବୁ ସାଂସଦ, ବିଧାୟକ, ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଦଳର ବୁଦ୍ଧିଜୀବୀ ସେଲର କର୍ମକର୍ତ୍ତା ମଧ୍ୟ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

ମାଧବ କହିଲେ ଯେ ରେଳବାଇ, କେନ୍ଦ୍ରୀୟ ସହାୟତାରୁ ରାଜ୍ୟର ପ୍ରାପ୍ୟ ଏସବୁ ମିଶି ଓଡ଼ିଶା ପାଇଁ ୭୩୫୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଟଙ୍କା କେମିତି ଖର୍ଚ୍ଚ ହେବ ତାହା ଦେଖିବା ଓଡ଼ିଶା ସରକାରଙ୍କ ଦାୟିତ୍ୱ। ତାହା ନକରି ବିଜେଡି ସରକାର ଖାଲି କେନ୍ଦ୍ରକୁ ଦୋଷ ଦେଇ ଚାଲିଛି। ମାଧବ କହିଲେ ଆମେ ଆଶା କରୁଛୁ ଓଡ଼ିଶା ସରକାର କେନ୍ଦ୍ରୀୟ ଅର୍ଥକୁ ଠିକ ଭାବେ ଉପଯୋଗ କରିବେ।

The post ଓଡ଼ିଶା ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି – ରାମ ମାଧବ appeared first on OdishaLIVE.


Viewing all articles
Browse latest Browse all 11715

Trending Articles