ଓଡ଼ିଶାଲାଇଭ୍ ବ୍ୟୁରୋ
ଆହତ ଜନିତ କାରଣ ହେତୁ ଇଂଲଣ୍ଡର ଫାଷ୍ଟ ବୋଲର୍ ଜୋଫ୍ରା ଆର୍ଚର ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଆର୍ଚର ଆଇପିଏଲରୁ ବାଦ ପଡ଼ିବା ପରେ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟକା ଲାଗିଛି।
ଆର୍ଚର ଦକ୍ଷିଣ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତର କହୁଣିରେ ଆଘାତ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ତିନି ମାସ ବିଶ୍ରାମ ନେବାକୁ କହିଛନ୍ତି। ଫଳରେ ସେ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ଆର୍ଚର ଆଇପିଏଲରେ ରାଜସ୍ଥାନ ରୟାଲ୍ସର ବୋଲିଂ ବାହିନୀର ନେତୃତ୍ୱ ନେଉଥିଲେ। ତାଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ବିଭାଗ ଦୁର୍ବଳ ହୋଇଯିବ ବୋଲି କୁହାଯାଉଛି।
ଆର୍ଚର ୨୦୧୮ ମସିହାରେ ପ୍ରଥମ କରି ଆଇପିଏଲରେ ପଦାର୍ପଣ କରିଥିଲେ। ଏହି ସିଜିନରେ ସେ ୧୦ଟି ମ୍ୟାଚରୁ ୧୫ଟି ୱିକେଟ୍ ହାସଲ କରିଥିଲେ। ସେହିପରି ଗତ ସିଜିନରେ ମଧ୍ୟ ସେ ୧୧ଟି ମ୍ୟାଚରୁ ୧୧ଟି ୱିକେଟ୍ ନେଇଥିଲେ।
The post ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟକା – ଆଇପିଏଲରୁ ବାଦ୍ ପଡ଼ିଲେ ଜୋଫ୍ରା ଆର୍ଚର appeared first on OdishaLIVE.