Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ – ଗଣଶିକ୍ଷା ମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ମାଟ୍ରିକ୍ ପରୀକ୍ଷାରେ ଯେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ୍ ହେବ ସେହି କେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହିଁକି ସେଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହେଲା ସେ ନେଇ ସେହି ଅଧିକାରୀ ହିଁ ଉତ୍ତରଦାୟୀ ରହିବେ।

ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ ଏଭଳି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥର ପ୍ରଶ୍ନପତ୍ର ଭାଇରାଲ୍ ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ କେଉଁଠୁ ପ୍ରଶ୍ନପତ୍ର ଭାଇରାଲ୍ ହେଲା ଜଣାପଡ଼ିଯିବ। ତେଣୁ ଏଥର ମାଟ୍ରିକ ପ୍ରଶ୍ନ ଭାଇରାଲ୍ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଗତବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ସରକାର ଚିନ୍ତାରେ ପଡ଼ିଥିଲେ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ଫୋନରେ ପ୍ରଶ୍ନପତ୍ର ଭାଇରାଲ୍ ହେଉଥିଲା। ଚଳିତବର୍ଷ ଏହାକୁ ଦୂର କରିବାକୁ ବୋର୍ଡ ପକ୍ଷରୁ ନୂଆ କୋଡିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି।

The post ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ – ଗଣଶିକ୍ଷା ମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles