Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୟଙ୍କର ହେଉଛି କୋରୋନା ଭାଇରସ୍‌ – ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୩୬୧

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ୍‌। କୋରୋନା ଭାଇରସ୍‌ ସଂକ୍ରମଣରେ ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୩୬୧କୁ ବୃଦ୍ଧି ପାଇଛି। ସେହିପରି କୋରୋନା ଭାଇରସ୍‌ ଆକ୍ରାନ୍ତ ସଂଖ୍ୟା ୧୬ ହଜାର ୬ ଶହକୁ ବୃଦ୍ଧି ପାଇଛି।

ସଂକ୍ରମଣଙ୍କ ମଧ୍ୟରେ ୯ ହଜାର ୬୧୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ୪୭୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଭାଇରସ୍‌କୁ ମୁକାବିଲା କରିବା ପାଇଁ ଚୀନ୍‌ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେହିପରି କୋରୋନା ଭାଇରସ୍‌ ଭାରତ ମୁହାଁ ମଧ୍ୟ ହୋଇଛି। କେରଳରେ ୩ ଜଣ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କଟକ ଏସ୍‌ସିବିରେ ୨ ଜଣ କୋରୋନା ସନ୍ଦିଗ୍ଧଙ୍କୁ ରହିଥିବା ଜଣାପଡ଼ିଛି।

The post ଭୟଙ୍କର ହେଉଛି କୋରୋନା ଭାଇରସ୍‌ – ଚୀନ୍‌ରେ ମୃତ୍ୟୁ ସଂଖ୍ୟା ୩୬୧ appeared first on OdishaLIVE.


Viewing all articles
Browse latest Browse all 11715

Trending Articles