Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଦେଶ ଯାତ୍ରା କରୁଥିଲେ କୋରୋନା ଭାଇରସରୁ କେମିତି ବଞ୍ଚିବେ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱକୁ ଏବେ କୋରୋନା ଭାଇରସ୍‌ ଚିନ୍ତା। ଏହି ଭାଇରସକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ବିଶ୍ୱବାସୀ। ଏଭଳି ସ୍ଥିତିରେ ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ କୋରୋନା ଭାଇରସଠୁ ନିଜକୁ କେମିତି ସୁରକ୍ଷିତ ରଖିବେ ତାହା ସମସ୍ତଙ୍କ ପାଇଁ ଜାଣିବା ନିହାତି ଜରୁରୀ।

ଆସନ୍ତୁ ଜାଣିବା…

କେରୋନା ଭାଇରସ ପଶୁଙ୍କଠୁ ଆସିଛି ବୋଲି କହୁଯାଉଛି।  ଏଥିପାଇଁ ମାଂସ ଏବଂ ସାମୁଦ୍ରିକ ଖାଦ୍ୟରୁ ଦୂରେଇ ରହନ୍ତୁ। ଏହା ପରସ୍ପରକୁ ବ୍ୟାପୁଥିବାରୁ ବିଦେଶ ଯାତ୍ରା କରୁଥିଲେ ବା ବିଦେଶରୁ ସ୍ୱଦେଶକୁ ଫେରୁଥିଲେ ଏଭଳି ଖାଦ୍ୟ ନଖାଇବାକୁ ପରାମର୍ଶ ଦିଆଯାଉଛି।

ଯାତ୍ରା ସମୟରେ ରୋଗୀ ଲୋକଙ୍କଠୁ ନିଜକୁ ଦୂରେଇ ରଖନ୍ତୁ। କୌଣସି ଯାତ୍ରୀଙ୍କୁ କାଶ, ଜ୍ୱର, ଥଣ୍ଡା ହୋଇଥିଲେ ତାଙ୍କଠୁ ଦୂରେଇ ରହନ୍ତୁ।

ଯାତ୍ରା ସମୟରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ। ମାସ୍କ କିଣିବାବେଳେ ସବୁବେଳେ ସର୍ଜିକାଲ ମାସ୍କ କିଣନ୍ତୁ । ତାକୁ ମଧ୍ୟ ଏଣୁତେଣୁ ସ୍ଥାନରେ ନ ରଖି ବାୟୁ ଚଳାଚଳ କରୁଥିବା ସ୍ଥାନରେ ରଖନ୍ତୁ। ବେଳେବେଳେ ମାସ୍କରୁ ମଧ୍ୟ ସଂକ୍ରମଣ ହୋଇଥାଏ ।ଖାଦ୍ୟ, ପାନୀୟ ଆଦିରେ ବିଶେଷ  ସାବଧାନତା ଅବଲମ୍ବନ କରନ୍ତୁ।

ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରୁଥିଲେ ବସ, ଟ୍ରେନ୍‌ର ଝରକା ରେଲିଂ, କବାଟ ଇତ୍ୟାଦିକୁ ନ ଛୁଇଁବାକୁ ପ୍ରୟାସ କରନ୍ତୁ। ସେସବୁକୁ ଛୁଉଁଥିଲେ ମୁହଁରେ ହାତ ଲଗାନ୍ତୁ ନାହିଁ।

ବାରମ୍ବାର ମୁହଁରେ, ଆଖିରେ, କାନରେ ହାତ ଲଗାନ୍ତୁ ନାହିଁ।

The post ବିଦେଶ ଯାତ୍ରା କରୁଥିଲେ କୋରୋନା ଭାଇରସରୁ କେମିତି ବଞ୍ଚିବେ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles