Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିବ ୬ରୁ ୬.୫ ପ୍ରତିଶତ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର (ଜିଡିପି)  ୬ରୁ ୬.୫ ପ୍ରତିଶତ ରହିବ। ଆର୍ଥିକ ସର୍ଭେ ରିପୋର୍ଟରୁ ଏହା ଆକଳନ କରାଯାଇଛି। ୨୦୧୯-୨୦ରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା। ଆସନ୍ତା ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ଲୋକସଭାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ। ଅଭିବୃଦ୍ଧି ହାରରେ ସୁଧାର ଆଣିବା ପାଇଁ ଏହି ରିପୋର୍ଟରେ ଆର୍ଥିକ ନିଅଣ୍ଟକୁ କୋହଳ କରିବାର ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଗତ ପାଞ୍ଚ ବର୍ଷ ଭିତରେ ୨୦୧୯-୨୦ରେ ଅଭିବୃଦ୍ଧି ହାର କମ୍‌ ରହିଥିଲା। ୨୦୧୬-୧୭ରେ ୮.୨ ପ୍ରତିଶତ ରହିଥିବା ବେଳେ ୨୦୧୭-୧୮ରେ ୭.୨, ୨୦୧୮-୧୯ରେ ୬.୮, ୨୦୧୯-୨୦ରେ ୫ ପ୍ରତିଶତ ରହିଥିଲା। ୨୦୨୦-୨୧ରେ ଅଭିବୃଦ୍ଧି ହାର ୬ରୁ ୬.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ଦେଶରେ ବ୍ୟବସାୟ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କିଛି ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ରପ୍ତାନୀ ବୃଦ୍ଧିରେ ଯେଉଁ ସମସ୍ୟା ରହିଛି ତାର ସମାଧାନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

The post ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିବ ୬ରୁ ୬.୫ ପ୍ରତିଶତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles