Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଫେବ୍ରୁଆରି ୭ରୁ ଧଉଳି-କଳିଙ୍ଗ ମହୋତ୍ସବ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୧୫ ବର୍ଷ ଧରି ଶାନ୍ତିର ପ୍ରତିକ ଧଉଳିକୁ ପ୍ରଛଦପଟ୍ଟରେ ରଖି ଏହାର ବାର୍ତ୍ତାକୁ ପ୍ରସାର କରିଆସୁଛି ଧଉଳି-କଳିଙ୍ଗ ମହୋତ୍ସବ।

  • ଶାନ୍ତିସ୍ତୁପ ଧଉଳି ପାଦ ଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ
  • ୩ଦିନ ଧରି କଳାକଳାମାନେ ମୋହିବେ ଦର୍ଶକଙ୍କ ମନ
  • ରୁଚି ବୁଦ୍ଧ ସମ୍ମାନ ପାଇବେ ଓଡ଼ିଶୀ ନୃତ୍ୟୁ ଗୁରୁ ମାୟାଧର ରାଉତ

ଫେବ୍ରୁଆରି ୭ ତାରିଖ ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମହୋତ୍ସବ। ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୯ ତାରିଖରେ ଉଦ୍‌ଯାପିତ ହେବ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ମହୋତ୍ସବକୁ ସହଯୋଗ କରିଆସୁଛି।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନର ନୃତ୍ୟ ଶିଳ୍ପୀମାନଙ୍କ ଦ୍ଵାରା ପଲ୍ଲବୀ ନୃତ୍ୟ ପରିବେଷଣ କରାଯିବ। ନୃତ୍ୟ ମାଧ୍ୟମରେ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ନୃତ୍ୟଶିଳ୍ପୀ।

ଦ୍ଵିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ରମା ବୈଦ୍ୟନାଥ ଓ ସାଥୀମାନେ ଭାରତନାଟ୍ୟମ ପରିବେଷଣ କରିବେ। ପ୍ରଥମ ସନ୍ଧ୍ୟାର ତୃତୀୟ ପର୍ଯ୍ୟାୟରେ ବିଭୂଦତ୍ତ ଓ ଗ୍ରୁପ୍‌ ଛଉ ନୃତ୍ୟ ପରିବେଷଣ କରିବେ।

ଦ୍ୱିତୀୟ ଦିନରେ କଲିକତାରୁ ଆସିଥିବା ଶର୍ମିଳା ବିଶ୍ୱାସ ଓ ସାଥୀ କଳାକାଳମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇରୁ ଆସିଥିବା କଳାକାଳମାନେ ସମକାଳୀନ ନୃତ୍ୟ ପରିବେଷଣ କରିବେ।

ଶେଷ ଦିନରେ ମର୍ଦ୍ଦଳ, କଥକ ନୃତ୍ୟ ଓ କଲାରିପୟଟ୍ଟୁ ପରିବେଷଣ କରାଯିବ।

‘‘୧୬ ବର୍ଷ ହେଲା ଧଉଳି ପାଦ ଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଆୟୋଜିତ ହୋଇ ଆସୁଛି। ୩ ଦିନ ଧରି ଏହି ମହୋତ୍ସବ ଚାଲିବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦର୍ଶକମାନେ ଖୁବ୍‌ ଉପଭୋଗ କରିବେ ବୋଲି ମୁଁ ଆଶା କରୁଛି’’, କହିଛନ୍ତି ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ ସେକ୍ରେଟାରୀ ଅରୁଣା ମହାନ୍ତି।

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ କହିଛନ୍ତି, ‘‘ଓଡ଼ିଶା ଭୂମିରେ ଯେଉଁ କଳା ଅଛି, ତାହା କେଉଁଠାରେ ଦେଖିବାକୁ ମିଳିବନି। ଧଉଳି କଳିଙ୍ଗ ମହୋତ୍ସବ ହେଉଛି ଏକ ବଡ଼ ଉତ୍ସବ, ଯାହା ଓଡ଼ିଶାର କଳା, ଐତିହ୍ୟକୁ ଆଗକୁ ନେଇପାରିବ।’’

ଧଉଳି-କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଓଡ଼ିଶାରେ କେବଳ କୋଣାର୍କ ମହୋତ୍ସବ ହେଉଥିଲା। ଅନ୍ୟ କୌଣସି ମହୋତ୍ସବ ଯେତେବେଳେ ଆରମ୍ଭ ହୋଇ ନଥିଲା ସେତେବେଳେ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା।

ଧଉଳି-କଳିଙ୍ଗ ମହୋତ୍ସବ ବର୍ତ୍ତମାନ ଦେଶର ଅନ୍ୟ ଡ୍ୟାନ୍ସ ଫେଷ୍ଟିଭାଲ୍ ଭିତରେ ଏକ ଅଗ୍ରଣୀ ଫେଷ୍ଟିଭାଲ୍ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ରାଜ୍ୟ ଓ ଦେଶର ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଲୋକନୃତ୍ୟ ସହ ସମରକଳାର ଅପୂର୍ବ ସମ୍ମିଶ୍ରଣ ଏହି ମଞ୍ଚରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି।

ଚଳିତବର୍ଷ ଓଡ଼ିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ଓଡ଼ିଶୀ ନୃତ୍ୟାଙ୍ଗନା ଆଲୋକା କାନୁନଗୋ, ପ୍ରବାସୀ ଓଡ଼ିଆ ଓ ଓଡ଼ିଶୀ ନୃତ୍ୟର ଅନ୍ୟତମ ପୃଷ୍ଠପୋଷକ ଦେବୀ ମିଶ୍ର, ନିରଞ୍ଜନ ତ୍ରିପାଠୀ ଓ ସ୍ଵାତୀ ତ୍ରିପାଠୀ ଏବଂ ଜୟଦେବ ଦାସଙ୍କୁ ଗୁରୁଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ।

ଧଉଳି-କଳିଙ୍ଗ ମହୋତ୍ସବରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଛି।

ରୁଚି ବୁଦ୍ଧ ସମ୍ମାନ

ପ୍ରତିବର୍ଷ ଧଉଳି-କଳିଙ୍ଗ ମହୋତ୍ସବରେ କଳା, ସାହିତ୍ୟ, ସଂସ୍କୃତି ଉପରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥାଏ। ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

The post ଫେବ୍ରୁଆରି ୭ରୁ ଧଉଳି-କଳିଙ୍ଗ ମହୋତ୍ସବ appeared first on OdishaLIVE.


Viewing all articles
Browse latest Browse all 11715

Trending Articles