Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘କୃଷି ଓଡ଼ିଶା’ରେ ‘ନାଲି ଆଳୁ’ର ଚାହିଦା – ବୋହି ନେଉଛନ୍ତି ଗ୍ରାହକ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା’ରେ ବିଭିନ୍ନ ପ୍ରକାରର ଷ୍ଟଲ ପଡ଼ିଛି। କେଉଁଠି କୃଷି ଯନ୍ତ୍ରପାତି ତ କେଉଁଠି ମାଣ୍ଡିଆ ଫୁଡ୍‌ ଜୋନ ଓ ଅନ୍ୟ ଷ୍ଟଲରେ ଗ୍ରାହକ ଭିଡ଼ ଜମୁଛି। ମାତ୍ର ଏହି ସବୁ ଷ୍ଟଲ ଭିତରେ ମୁଖ୍ୟ ଆକର୍ଷଣ ପାଲଟିଛି ନାଲି ଆଳୁ ଷ୍ଟଲ ବା ଲେଡି ରୋଜେଟା ଷ୍ଟଲ।

‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ ନାଲି ଆଳୁ ପ୍ରତି ଗ୍ରାହକ ବିଶେଷ ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି। ଲୋକେ କେଜି ପିଛା ୨୫ ଟଙ୍କାରେ ଆଳୁ ବୋହି ନେଉଛନ୍ତି। ଏହାରି ମାଧ୍ୟମରେ ବାହାରେ ଚାଷ ହେଉଥିବା ଏହି ନାଲି ଆଳୁକୁ ରାଜ୍ୟରେ ପ୍ରବେଶ କରାଇବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ‘କୃଷି ଓଡ଼ିଶା’ ଏହି ସୁଯୋଗ ଆଣିଛି ଯେଉଁଠି ଲୋକେ ନାଲି ଆଳୁ କିଣି ଘରକୁ ନେଉଛନ୍ତି।

ଆସନ୍ତୁ ଜାଣିବା ଏହି ନାଲି ଆଳୁର ବିଶେଷତ୍ୱ?

ଓଡ଼ିଶାରେ ସାଧାରଣ ଆଳୁର ଚାହିଦା ଅଧିକ। ଏହାର ସ୍ୱାଦ ବି ସମସ୍ତେ ଜାଣିଥିବେ। ମାତ୍ର ଏହି ନାଲି ଆଳୁର ସ୍ୱାଦ ବି କିଛି କମ୍‌ ନୁହେଁ। କେବଳ ସ୍ୱାଦ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ।

– ଏଥିରେ ପ୍ରଚୁର ପରିମାଣର ଭିଟାମିନ, ମିନେରାଲ ରହିଛି। ନାଲି ଆଳୁ ଫ୍ୟାଟ୍‌ ଫ୍ରି, ସଲ୍ଟ ଫ୍ରି, ସୁଗାର କମ୍ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଡାଇବେଟସ୍‌ ରୋଗୀ ବି ଏହାକୁ ଖାଇପାରିବେ।

– ଲେସ୍‌, ଚିପ୍ସ ମଧ୍ୟ ଏହି ନାଲି ଆଳୁରୁ ତିଆରି ହେଉଛି।

‘‘ଓଡ଼ିଶାରେ ଯଦି ନାଲି ଆଳୁ ଚାଷ କରାଯାଏ ତେବେ ଚାଷୀମାନେ ଅଧିକ ଉପକୃତ ହେବେ। କାରଣ ଧୀରେ ଧୀରେ ଏହି ଆଳୁ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ଏହି ଆଳୁରେ ଚିପ୍ସ୍‌, ଲେସ୍‌ ତିଆରି ହେଉଥିବାରୁ ବିଭିନ୍ନ କମ୍ପାନି ମଧ୍ୟ ଏହି ଆଳୁ ଭଲ୍‌ ଦମରେ ଚାଷୀଙ୍କଠୁ କିଣିବେ। ଫଳରେ ଚାଷୀ ଲାଭବାନ ହେବେ’’, କହିଛନ୍ତି ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ରର ଏସିଆ ନିର୍ଦ୍ଦେଶକ ସମରେନ୍ଦୁ ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ନାଲି ଆଳୁ ପଞ୍ଜାବ, ହରିୟାଣାରୁ ଆସୁଛି। ଓଡ଼ିଶା ବଜାର ଆସିଲା ବେଳକୁ ଏହାର ଦାମ ବଢ଼ିଯାଉଛି। ଓଡ଼ିଶାରେ ଯଦି ଏହି ଚାଷ କରାଯାଏ ତେବେ କମ ଦାମରେ ଲୋକେ କିଣିପାରିବେ। ଏକ ଏକର ଜମିରେ ନାଲି ଆଳୁ ଚାଷ କଲେ ଚାଷୀ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ।

The post ‘କୃଷି ଓଡ଼ିଶା’ରେ ‘ନାଲି ଆଳୁ’ର ଚାହିଦା – ବୋହି ନେଉଛନ୍ତି ଗ୍ରାହକ appeared first on OdishaLIVE.


Viewing all articles
Browse latest Browse all 11715

Trending Articles