Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବୁଧବାର ଭୁବନେଶ୍ୱର, ପୁରୀରେ ହେବ ପାୱାର କଟ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ରାଜଧାନୀ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ମରାମତି କାମ ପାଇଁ ପାୱାର କଟ୍ କରାଯିବ। ଏନେଇ ମଙ୍ଗଳବାର ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ଡିସେମ୍ବର ୨୨ ତାରିଖ ଦିନ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ରାମମନ୍ଦିର ପଛପାଖ ଅଞ୍ଚଳ, ନଳିନୀ ଦେବୀ କଲେଜ, ଶ୍ରୀୟା ଛକ, ଚନ୍ଦ୍ରମା ଆପାର୍ଟମେଣ୍ଟ ଓ NSC କଲୋନୀ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ପାହାଳ, ତ୍ରିନାଥ ବଜାର, ଜଗନ୍ନାଥପୁର, ପଞ୍ଚବଟୀ, ମହିନ୍ଦ୍ରପଡ଼ା, ଗୋବିନ୍ଦପୁର ଅଞ୍ଚଳର ଲୋକମାନେ ମଧ୍ୟ ବୁଧବାର ବିଦ୍ୟୁତ ପାଇବାରୁ ବଞ୍ଚିତ ହେବେ।

ଅନ୍ୟପଟେ ପୁରୀ ଜିଲ୍ଲାରେ ମଧ୍ୟ ବୁଧବାର ବିଦ୍ୟୁତ୍ ସେବା ବନ୍ଦ ରହିବ। ଜିଲ୍ଲାର ଚନ୍ଦ୍ରଭାଗା, କୋଣାର୍କ, ରାମଚଣ୍ଡୀ, ସୁତନ, ବାଲିଦୋକାନ, କୁରୁଜଙ୍ଗ, ସାମକୂଳ, ଖଣ୍ଡଳ, ମୂଷାପଡ଼ା ଓ ତଣ୍ଡାହର ଆଦି ଅଞ୍ଚଳର ବିଦ୍ୟୁତ ସେବା ସକାଳ ୧୦ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେସୁ ସୂଚନା ଦେଇଛି।

The post ବୁଧବାର ଭୁବନେଶ୍ୱର, ପୁରୀରେ ହେବ ପାୱାର କଟ୍ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images