Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦ୍ଵିତୀୟ ଦିନରେ ୧୯୫୬ଜଣଙ୍କ ବିଦ୍ୟୁତ କାଟିଲା ସେସୁ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେଡ୍‌ ଲାଇନ ଶେଷ ହେବା ପରେ ଏବେ ଆକ୍ସନ ମୋଡ଼ରେ ସେସୁ। ବକେୟା ବିଦ୍ୟୁତ ବିଲ୍‌ ଦେଉ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ସିଧାସଳଖ କାଟି ଦିଆଯାଉଛି। ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି ଏହି ବିଦ୍ୟୁତ କାଟ୍‌ କାର୍ଯ୍ୟ। ଦ୍ଵିତୀୟ ଦିନରେ ୧୯୫୬ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଛି ସେସୁ।

ସେହିପରି ବକେୟା ବାବଦକୁ ୪ କୋଟି ୬୭ ଲକ୍ଷ ଟଙ୍କା ଆଦାୟ କରିଛି ସେସୁ। କଟକରେ ସର୍ବାଧିକ ୩୮୩ ଜଣଙ୍କ ବିଦ୍ୟୁତ କାଟ୍‌ ହୋଇଥିବା ବେଳେ ଭୁବନେଶ୍ଵରରେ ୩୬୩ ଜଣଙ୍କ ବିଦ୍ୟୁତ କାଟି ଦିଆଯାଇଛି।

ନିମାପଡ଼ାରେ ୧୦୮, ପୁରୀରେ ୧୮୮, ଖୋର୍ଦ୍ଧାରେ ୧୮୨, ବାଲୁଗାଁରେ ୧୨୬ ଓ ନୟାଗଡ଼ରେ ୫୬ ଜଣ ଉପଭୋକ୍ତାଙ୍କର ମଧ୍ୟ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି।

ଜାନୁଆରି ୧୬ ତାରିଖରୁ ସେସୁ ତରଫରୁ ବକେୟା ବିଦ୍ୟୁତ ବିଲ୍‌ ଦେଇ ନଥିବା ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍‌ କାଟି ଦିଆଯାଉଛି। ପ୍ରଥମ ଦିନରେ ସେସୁ ୧୫୪୫ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କଟାଯାଇଛି। ସେହିପରି ବକେୟା ବିଲ୍‌ ବାବଦରେ ୫ କୋଟି ୩୮ ଲକ୍ଷ ୯୮ ହଜାର ଟଙ୍କା ଆଦାୟ କରାଯାଇଥିଲା।

୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ କରିବାକୁ ସେସୁ ପକ୍ଷରୁ କୁହାଯାଇଥିଲା। ନହେଲେ ୧୬ ତାରିଖରୁ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚରମବାଣୀ ଶୁଣାଇଥିଲେ। ୧୫ ତାରିଖ ଭିତରେ କିଛି ଉପଭୋକ୍ତା ସେମାନଙ୍କୁ ବକେୟା ବିଲ୍‌ ପଇଠ କରିଥିଲେ।

ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ବିଲ୍‌ ଦେଇ ନଥିଲେ ସେମାନଙ୍କ ପାଖରେ ଆଜି ପହଞ୍ଚିଥିଲେ ସ୍କ୍ୱାଡ୍‌। ପ୍ରଥମ ଦିନରେ ସେସୁ ସ୍କ୍ୱାଡ୍‌ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚିଥିଲା। ଖୋର୍ଦ୍ଧା ଗୁରୁଜଙ୍ଗରେ ପ୍ରଥମେ ବିଦ୍ୟୁତ ସଂଯୋଗ କଟା ଯାଇଥିଲା। ଏହାପରେ କଟକ, ନିମାପଡ଼ା, ପୁରୀ ଡିଭିଜନରେ କିଛି ଉପଭୋକ୍ତାଙ୍କର ବିଜୁଳି କଟା ଯାଇଥିଲା।

The post ଦ୍ଵିତୀୟ ଦିନରେ ୧୯୫୬ଜଣଙ୍କ ବିଦ୍ୟୁତ କାଟିଲା ସେସୁ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images