Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବରଗଡ଼ ଧନୁଯାତ୍ରାର ସପ୍ତମ ଦିନ – ଅକ୍ରୁର ଗଲେ ଗୋପପୁର, ଯମୁନାନଦୀରେ ରାଧାକୃଷ୍ଣଙ୍କ ନାବକେଳୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷ୍ଣ ଓ ବଳାରାମଙ୍କ ହତ୍ୟ କରିବା ପାଇଁ କଂସ ଆୟୋଜନ କରୁଛନ୍ତି ଧନୁଯାତ୍ରା। ଚିଟାଉ ନେଇ ଗୋପପୁର ଗଲେ ଅକ୍ରୁର।

ବରଗଡ଼: ମଥୁରା ନଗରୀ ମହାରାଜା କଂସଙ୍କ ରାଜତ୍ୱରେ ଥର ହର ହୋଇ ପଡ଼ିଛି। ଧନୁଯାତ୍ରାର ସପ୍ତମ ଦିନରେ ମହାରାଜା କଂସ ନଗର ଭ୍ରମଣ, ରାଜ ଦରବାରରେ ନ୍ୟାୟ ବିଚାର ଦୃଶ୍ୟ ଅଭିନୀତ ହୋଇଥିଲା। ମହାରାଜା କଂସ କଳେବଳେ କୌଶଳେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ମହାମନ୍ତ୍ରୀ ତଥା ପାରିଷଦ ବର୍ଗଙ୍କ ସହ।

ଏମିତି ଏକ ସମୟରେ କଂସଙ୍କ ରାଜଦରବାରେ ଉପସ୍ଥିତ ହୋଇଛନ୍ତି ମହର୍ଷି ନାରଦ। ନାରଦଙ୍କ ପରାମର୍ଶ କ୍ରମେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଆୟୋଜନ କରିବେ ଧନୁଯାତ୍ରା। ତେବେ କଂସଙ୍କ ଦ୍ୱାରା ଆୟୋଜିତ ଏହି ଧନୁଯାତ୍ରା ଛଳନାର ଯାତ୍ରା ହୋଇଥିବାବେଳେ ପୁରାତନ ମନ୍ତ୍ରୀ ଅକ୍ରୁରଙ୍କୁ ପ୍ରେରଣ କରିଛନ୍ତି ଗୋପପୁର। କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ କରିବା ପାଇଁ ଅକ୍ରୁର ହସ୍ତରେ ମହାରାଜା କଂସ ଚିଟାଉ ପଠାଇଛନ୍ତି ନନ୍ଦରାଜା ପାଖକୁ।

ଯେବେ କୃଷ୍ଣବଳରାମ ମଥୁରା ନଗରୀ ପହଞ୍ଚିବେ ଧନୁଯାତ୍ରା ଦେଖିବା ପାଇଁ ମହାରାଜା କଂସ ଛଳନାରେ ହତ୍ୟା କରିବ ବେନୀଭାଇଙ୍କୁ।
ସେହିପରି କୃଷ୍ଣଙ୍କୁ ହତ୍ୟା କରିବା ସହ ନିଜ ପିତାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶଙ୍ଗଚୂଡ ସର୍ପ ମହାରାଜ କଂସଙ୍କ ସହିତ ସାକ୍ଷାତ କରିଛି। ପରେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ଶଙ୍ଗଚୂଡକୁ ମଧ୍ୟ ପ୍ରେରଣ କରିଛନ୍ତି ଗୋପପୁର। ତେବେ ଦିନକୁ ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ ଅତିଥି ତଥା ଦର୍ଶକ ସାମିଲ ହେଉଛନ୍ତି।

ଅତିଥି ଏବଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାଜଦରବାରରେ ମହରାଜା କଂସଙ୍କ ଆଦେଶରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଲୋକ ନୃତ୍ୟଗୀତ ପରିବେଷିତ ହୋଇଥିଲା।

ଅପରପକ୍ଷେ ଯମୁନା ନଦୀରେ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ ଦର୍ଶକମାନଙ୍କୁ ଦ୍ୱାପର ଯୁଗର ପ୍ରେମକାହାଣୀ ମନେପକାଇ ଦେଇଥିଲା।  କୃଷ୍ଣ ପ୍ରେମରେ କୃଷ୍ଣମୟ ହୋଇପଡ଼ିଥିବା ସମୟରେ ରାଧାକୃଷ୍ଣଙ୍କୁ ଘରେ ଘରେ ପାଦ ପ୍ରକ୍ଷାଳନ କରି ପୂଜା କରାଯାଇଥିଲା।  ପ୍ରତିଦିନ ଯମୁନା ନଦୀ ପାରି ହୋଇ ମଥୁରା ନଗରୀକୁ ଦଧି ବିକ୍ରି କରିବାକୁ ଯାଉଛନ୍ତି ଗୋପାଙ୍ଗନାମାନେ।

ଏ ସମୟରେ ରାଧା ସମେତ ଗୋପାଙ୍ଗନାମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ନାଉରିଆ ବେଶରେ ଯମୁନା ନଦୀ ପାରି କରାଇଛନ୍ତି ଏବଂ ରାଧାକୃଷ୍ଣଙ୍କୁ ନେଇ ଗୋପପୁର ଅନୁଷ୍ଠିତ ହୋଇଥିଲା ନାବକେଳୀ। ଏହା ଦ୍ୱାପର ଯୁଗର କୃଷ୍ଣ ଲୀଳାକୁ ମନେ ପକାଇଦେଉଥିବା ବେଳେ  ହୃଦୟକୁ ବେଶ୍‌ ଛୁଇଁ ପାରିଛି ଆଜିର ରାଧାକୃଷ୍ଣଙ୍କ ଯୁଗଳ ଦର୍ଶନ।

The post ବରଗଡ଼ ଧନୁଯାତ୍ରାର ସପ୍ତମ ଦିନ – ଅକ୍ରୁର ଗଲେ ଗୋପପୁର, ଯମୁନାନଦୀରେ ରାଧାକୃଷ୍ଣଙ୍କ ନାବକେଳୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles