Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଥଣ୍ଡା, ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ଦିଏ ଜିରା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିରାରେ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।

ଅଧିକାଂଶ ଲୋକଙ୍କଠାରେ ବିଭିନ୍ନ ଶାରୀରିକ ସମସ୍ୟା ତଥା ବିଶେଷ କରି ଥଣ୍ଡା ଜ୍ୱର ପରିଲକ୍ଷିତ ହୋଇଥାଏ। ଏଥିସହ ମୁଣ୍ଡ ବିନ୍ଧା ହେବା, ନାକରୁ ପାଣି ବାହାରିବା, ଜ୍ୱର ହେବା ସହ ଘୋଳାବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ। ଏହି ସମୟରେ ଜିରା ସେବନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ଆସନ୍ତୁ ଜାଣିବା ଜିରାର ଉପାଦେୟତା ସମ୍ପର୍କରେ କିଛି ତଥ୍ୟ…

ଯଦି ଆପଣ ଜ୍ୱର କିମ୍ବା ଥଣ୍ଡାରେ ପୀଡ଼ିତ ତେବେ ଜିରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।

ସାଧାରଣତଃ ଜିରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ।

ଗରମ ପାଣିରେ କିଛି ମାତ୍ରାରେ ଜିରା ପକାଇ ତା’ର ବାମ୍ଫ ନିଅନ୍ତୁ ଆଉ ବାମ୍ଫ ନେବା ପରେ ମୁହଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡ଼ନ୍ତୁ। ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ଲାଗିଥାଏ।

ଜିରା ଜ୍ୱର ଭଲ କରିବା ସହିତ ଓଜନ ମଧ୍ୟ କମାଇବାରେ ସହାୟକ ହୋଇଥାଏ।

ଖାଦ୍ୟରେ ନିୟମିତ ଭାବରେ ଜିରା ବ୍ୟବହାର କରିବା ଦ୍ୱାରା ହୃଦ୍‌ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।ଜିରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ।

ଯଦି ଆପଣଙ୍କ ନିକଟରେ ସମୟର ଅଭାବ ରହିଛି ତେବେ ଉଷୁମୁ ପାଣି ସହିତ ଅଥବା ମହୁ ସହ ଜିରା ଗୁଣ୍ଡ ମିଶ୍ରଣ କରି ସେବନ କରିପାରିବେ। ଏପରି କରିବା ଦ୍ୱାରା ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ।

The post ଥଣ୍ଡା, ମୁଣ୍ଡବିନ୍ଧା ଭଳି ସମସ୍ୟାରୁ ମୁକ୍ତି ଦିଏ ଜିରା appeared first on OdishaLIVE.


Viewing all articles
Browse latest Browse all 11715

Trending Articles