ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀରେ ୪୫ଟି ଆସିଷ୍ଟାଣ୍ଟ ସାଇଣ୍ଟିଫିକ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି। ଏନେଇ ବୁଧବାର ଓଡିଶା ଷ୍ଟାଫ୍ ସିଲେକସନ୍ କମିସନ(ଓଏସ୍ଏସ୍ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ଓଏସ୍ଏସ୍ସି ବିଜ୍ଞପ୍ତିରେ ଦର୍ଶାଯାଇଛି।
ପଦବୀ
- ଟକ୍ସିକୋଲୋଜି – ୧୧ଟି
- କେମିଷ୍ଟ୍ରୀ – ୬ଟି
- ଫିଜିକ୍ସ୍- ୭ଟି
- ବାଲିସଟିକ୍ସ୍- ୪ଟି
- ବାୟୋଲୋଜି- ୯ଟି
- ସେରୋଲୋଜି – ୫ଟି
- ଲାଏ ଡିଟେକସନ୍ – ୧ଟି
- ସାଇବର୍ ଫୋରେନସିକ୍ – ୨ଟି
ମୋଟ ନିଯୁକ୍ତି ମଧ୍ୟରୁ ମହିଳା, ଭିନ୍ନକ୍ଷମ (ପି.ଡବ୍ଲୁ.ଡି) ଏବଂ ଏକ୍ସ ସର୍ଭିସମ୍ୟାନ୍ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଦବୀ ସଂରକ୍ଷିତ ରଖାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଆସିଷ୍ଟାଣ୍ଟ୍ ସାଇଣ୍ଟିଫିକ୍ ଅଫିସର ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଏମ୍.ଏସ.ସିରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖି ପାସ୍ କରିଥିବା ଆବଶ୍ୟକ। ସେହିପରି ଦଶମ କିମ୍ବା ମାଇନ ଶିକ୍ଷା ଯାଏଁ ଓଡ଼ିଆ ବିଷୟକୁ ପାଠ ପଢ଼ିଥିବା ଦରକାର।
ବୟସ
୨୧ ରୁ ୩୨ ବର୍ଷ ବୟସର ପ୍ରାର୍ଥୀ ଆସିଷ୍ଟାଣ୍ଟ୍ ସାଇଣ୍ଟିଫିକ୍ ଅଫିସର ପଦବୀରେ ଆବେଦନ କରିପାରିବେ। ଏସ୍ସି, ଏସ୍ଟି, ଏସ୍ଇବିସି ଓ ମହିଳାଙ୍କ ପାଇଁ ୫ ବର୍ଷ ଏବଂ ଭିନ୍ନକ୍ଷମ (ପି.ଡବ୍ଲୁ.ଡି) ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ବୟସସୀମା କୋହଳ ବ୍ୟବସ୍ଥା ରହିଛି।
ଦରମା
ଆସିଷ୍ଟାଣ୍ଟ୍ ସାଇଣ୍ଟିଫିକ୍ ଅଫିସର ପଦବୀ ପାଇଁ ମାସିକ ୧୬,୮୮୦ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି।
ଆବେଦନ ଶୁଳ୍କ
ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୨୦୦ଟଙ୍କା ଫି’ ଦାଖଲ କରିବାକୁ ପଡ଼ିବ। ତେବେ ଏସ୍ସି, ଏସଟି ଏବଂ ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଆବେଦନ ଏବଂ ଫି’ ଦାଖଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ରେ ହେବ। ଆଗାମୀ ଦିନରେ ଆବେଦନ ତାରିଖ ସଂପର୍କରେ ଓଡ଼ିଶା ଷ୍ଚାଫ ସିଲେକସନ୍ କମିସନ ପକ୍ଷରୁ ସୂଚନା ଦିଆଯିବ। ଅଧିକ ସୂଚନା ପାଇଁ www.ossc.gov.in ୱେବ୍ସାଇଟ୍ରେ ଲଗ୍ଅନ୍ କରନ୍ତୁ।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX
The post OSSC : ୪୫ଟି ଆସିଷ୍ଟାଣ୍ଟ୍ ସାଇଣ୍ଟିଫିକ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି appeared first on OdishaLIVE.