ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ପୁଣି ମିଳିଲା ‘କୃଷି କର୍ମଣ’ ପୁରସ୍କାର। କର୍ଣ୍ଣାଟକର ତୁମୁକରଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଓଡ଼ିଶାର କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
୨୦୧୬-୧୭ରେ ଖାଦ୍ୟସାମଗ୍ରୀ ଉତ୍ପାଦନରେ ସଫଳତା ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି। ଓଡ଼ିଶାକୁ ପୂର୍ବରୁ ଏହି ପୁରସ୍କାର ପାଞ୍ଚ ଥର ମିଳିଥିଲା।
କୃଷି କର୍ମଣ ପୁରସ୍କାର ଗ୍ରହଣ ବେଳେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁ କୁମାର ଉପସ୍ଥିତ ଥିଲେ।
କର୍ଣ୍ଣାଟକର ତୁମୁକରଠାରେ ଆୟୋଜିତ ଉତ୍ସବରେ ‘ପିଏମ୍ କିଷାନ୍’ ଯୋଜନାର ତୃତୀୟ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଇଥିଲା। ଏହି ଉତ୍ସବରେ ଓଡ଼ିଶାକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି।
The post ଓଡ଼ିଶାକୁ ପୁଣି ‘କୃଷି କର୍ମଣ’ ପୁରସ୍କାର – ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ ଓଡ଼ିଶା କୃଷିମନ୍ତ୍ରୀ appeared first on OdishaLIVE.