Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୬ କୋଟି ଚାଷୀଙ୍କୁ ନୂଆ ବର୍ଷ ଭେଟି – ଚାଷୀଙ୍କ ଖାତାକୁ ଆସିଲା ତୃତୀୟ କିସ୍ତି ‘ପିଏମ୍‌ କିଷାନ୍‌’ ଟଙ୍କା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ୬ କୋଟି ଚାଷୀଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତିର ପିଏମ୍‌ କିଷାନ୍‌ ଟଙ୍କା ଆଜି ପଠାଯାଇଛି। ଏଥିପାଇଁ କର୍ଣ୍ଣାଟକର ତୁମକୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଡିଜିଟାଲ ପେମେଣ୍ଟ ମାଧ୍ୟମରେ ୧୨ ହଜାର କୋଟି ଟଙ୍କା ୬ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠା ଯାଇଛି। ପିଏମ୍‌ କିଷାନ୍‌ ଯୋଜନାରେ ଚାଷୀମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ଲେଖାଏଁ ଦେବାକୁ ୨୦୧୯ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୋଦୀ ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲେ।

ମୋଦୀ କହିଥିଲେ, ‘‘ଗତ କିଛିଦିନ ତଳେ ସଂସଦରେ ସିଏଏ ବିଲ୍‌ ପାସ୍‌ ହୋଇଥିଲା। ଏହାକୁ କଂଗ୍ରେସ ସମେତ ଆଉ କିଛି ଦଳ ବିରୋଧ କରି ସାରା ଦେଶରେ ବାତାବରଣକୁ ଅଶାନ୍ତ କରି ଦେଇଥିଲେ। ସାରା ଦେଶରେ ଏକ ନକରାତ୍ମକ ପରିବଶେ ସୃଷ୍ଟି କରି କଂଗ୍ରେସ ସଂସଦକୁ ବିରୋଧ କରୁଛି। ପାକିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତ ଆସୁଥିବା ଲୋକଙ୍କ ବିରୋଧରେ ଏହି ଆନ୍ଦୋଳନ କରାଯାଉଛି।’’

‘‘ଧର୍ମ ଭିତ୍ତିରେ ଭାରତକୁ ବିଭାଜନ କରାଯାଇଛିା ଫଳରେ ପାକିସ୍ତାନ ନୂଆ ଦେଶ ଭାବେ ମୁଣ୍ଡ ଟେକିଥିଲା। ପାକିସ୍ତାନ ନୂଆ ଦେଶ ହେବା ପରେ ସେଠି ଅନ୍ୟ ଧର୍ମର ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ହିନ୍ଦୁ, ଜୈନ, ଶିଖ୍‌ଙ୍କ ଉପରେ ଆକ୍ରମଣ ବଢ଼ିଥିଲା। ଧାର୍ମିକ ଉତ୍ପୀଡ଼ନର ଶୀକାର ହୋଇ ହଜାର ହଜାର ଲୋକ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ପାକିସ୍ତାନରେ ହିନ୍ଦୁମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହେଲେ ପାକିସ୍ତାନ ବିରୋଧରେ କଂଗ୍ରେଦ ପଦେ ବି କହିନି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

The post ୬ କୋଟି ଚାଷୀଙ୍କୁ ନୂଆ ବର୍ଷ ଭେଟି – ଚାଷୀଙ୍କ ଖାତାକୁ ଆସିଲା ତୃତୀୟ କିସ୍ତି ‘ପିଏମ୍‌ କିଷାନ୍‌’ ଟଙ୍କା appeared first on OdishaLIVE.


Viewing all articles
Browse latest Browse all 11715

Trending Articles