ଓଡ଼ିଶାଲାଇଭ୍ ବ୍ୟୁରୋ
କମିସନରେଟ୍ ପୋଲିସର ଅଫିସିଆଲ ଫେସ୍ବୁକ୍ ପେଜ୍ ଏବଂ ଟୁଇଟର୍ ହ୍ୟାଣ୍ଡେଲରରେ ଦେଖନ୍ତୁ ସିଧାପ୍ରସାରଣ।
ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ ଆଜି ପାଳନ କରୁଛି ୧୨ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ। କମିସନରେଟ୍ ପୋଲିସର ଅଫିସିଆଲ ଫେସ୍ବୁକ୍ ପେଜ୍ ଏବଂ ଟୁଇଟର୍ ହ୍ୟାଣ୍ଡେଲରରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯିବ।
ସାଧାରଣ ଲୋକେ କମ୍ପ୍ୟୁଟର ଓ ମୋବାଇଲ୍ ମାଧ୍ୟମରେ ସକାଳ ୯ଟା ୧୫ ମିନିଟରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।
ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏଥିସହିତ ଓଡ଼ିଶା ପୋଲିସ ବରିଷ୍ଠ ଅଧିକାରୀ ଓ ଅନ୍ୟ ଅତିଥିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ପରମ୍ପରା ଅନୁଯାୟୀ ଏହି ପରେଡରେ କମିସନରେଟ୍ ପୋଲିସ ଅଧୀନରେ ଆସୁଥିବା ବିଭିନ୍ନ ବିଭାଗର ଅଧିକାରୀ ଏବଂ ପୋଲିସ୍ ବଳ ଯୋଗଦେବେ। ପୋଲିସ ବ୍ୟାଣ୍ଡର ତାଳେ ତାଳେ ସେମାନଙ୍କ ପରେଡ୍ ବେଶ୍ ଲୋକମାନଙ୍କୁ ଆକର୍ଷିତ କରିବ।
କମିସନରେଟ୍ ପୋଲିସର ପ୍ରତିଷ୍ଠା ଦିବସରେ ବିଭିନ୍ନ ବର୍ଗରେ ବିଶେଷ ସଫଳତା ହାସଲ କରିଥିବା ପୋଲିସ ଅଫିସର ଏବଂ ଯବାନମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ପ୍ରତିଷ୍ଠା ଦିବସ ଅବସରରେ ପ୍ରାୟ ଏକ ସପ୍ତାହବ୍ୟାପୀ ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଗଣଦୌଡ଼, ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି କମିସନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
The post ଦେଖନ୍ତୁ କମିସନରେଟ୍ ପୋଲିସ ପ୍ରତିଷ୍ଠା ଦିବସ ପରେଡ୍ର ସିଧାପ୍ରସାରଣ ଫେସ୍ବୁକ୍ ଓ ଟୁଇଟର୍ରେ, ଆଜି ସକାଳ ୯ଟା୧୫ରୁ appeared first on OdishaLIVE.