Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୨୪ ପାଇଁ ଏବେଠୁ ଗଣିତ କଷିବେ ମୋଦୀ?

$
0
0

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଜାନୁଆରି ୩ ଓ ୪ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଡାକିଲେ ମୋଦୀ।

୨୦୧୯ ବର୍ଷ କେମିତି ଥିଲା ତାର ଅନୁଶୀଳନ କରିବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଡାକିଛନ୍ତି ମୋଦୀ। ଜାନୁଆରି ୩ ଓ ୪ ତାରିଖ ଦୁଇ ଦିନ ଧରି ଏହି ବୈଠକ ବସିବ। ୩ ତାରିଖ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବାକୁ ଥିବା ବେଳେ ୪ ତାରିଖରେ ସକାଳ ସାଢ଼େ ୯ଟାରୁ ବୈଠକ ଚାଲିବ।

ଏହି ଦୁଇ ଦିନିଆ ବୈଠକରେ ୨୦୧୯ ରିପୋର୍ଟ କାର୍ଟର ସମୀକ୍ଷା କରିବେ ମୋଦୀ। ଏହାସହ ଆଗାମୀ ପାଞ୍ଚ ବର୍ଷ ପାଇଁ ମୋଦୀ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ବୋଲି କୁହାଯାଉଛି।

କେନ୍ଦ୍ର ସରକାରଙ୍କ ନୀତି ନିର୍ଦ୍ଧାରଣ କରିବା ପାଇଁ ମୋଦୀ ସଚିବମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରିଛନ୍ତି। ବିଭିନ୍ନ ବିଭାଗର ସଚିବମାନେ ଆଗାମୀ ପାଞ୍ଚ ବର୍ଷ ପାଇଁ କ’ଣ ପଦକ୍ଷେପ ନେବେ ସେ ସମ୍ପର୍କରେ ମୋଦୀଙ୍କ ଆଗରେ ତଥ୍ୟ ଉପସ୍ଥାପନ କରିବେ। ଆଗାମୀ ଦିନରେ କ’ଣ କରିବାକୁ ଚାହୁଁଛନ୍ତି ତାର ଏକ ରିପୋର୍ଟ ସଚିବମାନେ ମୋଦୀଙ୍କୁ ପ୍ରଦାନ କରିବେ।

୨୦୨୦ ଆରମ୍ଭରୁ ମୋଦୀଙ୍କର ଏହି ସଜବାଜ ୨୦୨୪ ପାଇଁ ବୋଲି କୁହାଯାଉଛି। ଆଗାମୀ ସାଢ଼େ ଚାରି ବର୍ଷ ଯାଏଁ ମନ୍ତ୍ରୀମାନଙ୍କର ହୋମ ୱାର୍କ କ’ଣ ରହିବ ସେ ବିଷୟରେ ଅବଗତ କରିବେ ମୋଦୀ।

The post ୨୦୨୪ ପାଇଁ ଏବେଠୁ ଗଣିତ କଷିବେ ମୋଦୀ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles