Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନୂଆବର୍ଷରେ କ୍ଲିନ୍ ବୋଲ୍ଡ ହେଲେ ହାର୍ଦ୍ଦିକ – ଗର୍ଲଫ୍ରେଣ୍ଡ୍‌ଙ୍କ ସହ କଲେ ନିର୍ବନ୍ଧ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ କ୍ରିକେଟ୍ ଫ୍ୟାନମାନଙ୍କ ପାଇଁ ନୂଆ ଖୁସି ଆଣିଛି। ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଯାଇଛନ୍ତି। କାରଣ ହାର୍ଦ୍ଦିକ୍ ପାଣ୍ଡ୍ୟା ତାଙ୍କର ଗର୍ଲଫ୍ରେଣ୍ଡ୍‌ ନତାଶାଙ୍କ ସହ ନିର୍ବନ୍ଧ କରିଛନ୍ତି।

ବୁଧବାର ପାଣ୍ଡ୍ୟା ତାଙ୍କର ସୋସିଆଲ୍ ଆକାଉଣ୍ଟରେ କେତୋଟି ଫଟୋ ସେଆର କରିଥିଲେ। ଏହି ଫଟୋରେ ସେ ତାଙ୍କର ଗର୍ଲଫ୍ରେଣ୍ଡ୍‌ ନତାଶା ଶାନ୍ତକୋଭିକଙ୍କ ନଜର ଆସିଥିଲେ। ରହିଥିଲେ। ଏହି ଫଟୋରୁ ହିଁ ଦୁହେଁ ନିର୍ବନ୍ଧ କରିଥିବା ନେଇ ସୂଚନା ମିଳିଛି। ଫଟୋରେ ହାର୍ଦ୍ଦିକଙ୍କ ସହ ନତାଶା ତାଙ୍କର ନିର୍ବନ୍ଧ ମୁଦି ମଧ୍ୟ ଦେଖାଇଛନ୍ତି। ଦୁହେଁ ଦୁବାଇରେ ନିଜର ନିର୍ବନ୍ଧ ଉତ୍ସବ ଶେଷ କରିସାରିଛନ୍ତି। ଏଥିରେ ଉଭୟ ପରିବାରର ଅଳ୍ପ କିଛି ଲୋକ ସାମିଲ ହୋଇଥିଲେ। ନତାଶା ବଲିଉଡ ଫିଲ୍ମ ‘ଦ ବଡି ’ରେ ଅଭିନୟ କରିସାରିଛନ୍ତି। ଏହାସହ ବଲିଉଡ୍ ଷ୍ଟାର୍ ସିଙ୍ଗର ବାଦଶାହଙ୍କ ‘ଡିଜେ ବାଲେ ବାବୁ’ରେ ନତାଶା ନଜର ଆସିଥିଲେ। ନତାଶା ଅଭିନୟ ସହ ଡ୍ୟାନ୍ସରେ ମଧ୍ୟ ନିଜର ଜଲୱା ଦେଖାଇସାରିଛନ୍ତି। ସେ ଡ୍ୟାନ୍ସ ରିଆଲିଟି ସୋ’ ‘ନଚ ବଲିୟେ’ଓ ‘ବିଗ ବସ୍-୮’ରେ ମଧ୍ୟ ଅଂଶଗ୍ରହଣ କରିସାରିଛନ୍ତି।

The post ନୂଆବର୍ଷରେ କ୍ଲିନ୍ ବୋଲ୍ଡ ହେଲେ ହାର୍ଦ୍ଦିକ – ଗର୍ଲଫ୍ରେଣ୍ଡ୍‌ଙ୍କ ସହ କଲେ ନିର୍ବନ୍ଧ appeared first on OdishaLIVE.


Viewing all articles
Browse latest Browse all 11715

Trending Articles