Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନୂଆବର୍ଷରୁ କଶ୍ମୀରରେ ମୋବାଇଲ୍ ଏସ୍ଏମଏସ୍, ଇଣ୍ଟରନେଟ୍ ସେବା ଆରମ୍ଭ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ପାଞ୍ଚମାସର ବ୍ୟବଧାନ ପରେ କଶ୍ମୀରରେ ମୋବାଇଲ୍ ଏସ୍ଏମଏସ୍ ଓ ଇଣ୍ଟରନେଟ୍ ସେବା ଆରମ୍ଭ ହେବାକୁ ଯାଉଛି। ନୂଆବର୍ଷରୁ ଏଠାକାର ଲୋକମାନେ ମୋବାଇଲରେ ଏସ୍ଏମଏସ୍ କରିବାର ସୁବିଧା ପାଇପାରିବେ।

ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରିରୁ ଏଠାରେ ଏହି ସୁବିଧା ଆରମ୍ଭ ହୋଇଯିବ। ଏହାଦ୍ୱାରା କଶ୍ମୀର ଲୋକମାନେ ଏଣିକି ମୋବାଇଲରେ ଏସ୍ଏମଏସ୍ ପଠାଇପାରିବେ। ଏଥିସହିତ ସେଠାକାର ସମସ୍ତ ସରକାରୀ ଡାକ୍ତରଖାନାରେ ମଧ୍ୟ ଇଣ୍ଟରନେଟ୍ ସେବା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ଭାଗ ଭାଗ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାସହିତ ସେଠାକାର ମୋବାଇଲ୍ ଓ ଇଣ୍ଟରନେଟ୍ ସେବାକୁ ମଧ୍ୟ ହଟାଇଦିଆଯାଇଥିଲା।

କିଛିଦିନ ପରେ ଜମ୍ମୁରେ ମୋବାଇଲ୍ ଏସ୍ଏମଏସ୍ ଓ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ କରାଯାଇଥିଲା। କିନ୍ତୁ କଶ୍ମୀରରେ ସେହିଭଳି ଅବସ୍ଥା ଲାଗି ରହିଥିଲା। ସେଠାକାର ଲୋକମାନେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ଏସ୍ଏମଏସ୍ ଓ ଇଣ୍ଟରନେଟ୍ ସୁବିଧା ପାଇପାରୁନଥିଲେ। ବର୍ତ୍ତମାନ ନୂଆବର୍ଷଠାରୁ ଏଠାରେ ଏହି ସେବା ପୁଣିଥରେ ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

The post ନୂଆବର୍ଷରୁ କଶ୍ମୀରରେ ମୋବାଇଲ୍ ଏସ୍ଏମଏସ୍, ଇଣ୍ଟରନେଟ୍ ସେବା ଆରମ୍ଭ appeared first on OdishaLIVE.


Viewing all articles
Browse latest Browse all 11715

Trending Articles