ଓଡ଼ିଶାଲାଇଭ୍ ବ୍ୟୁରୋ![]()
ନୂଆବର୍ଷକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି ପୂରାଦେଶ। ନିଜ ନିଜ ଅନ୍ଦାଜରେ ସମସ୍ତେ ନୂଆବର୍ଷ ପାଳିବାକୁ ପ୍ଲାନ କରିଛନ୍ତି। ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ ଷ୍ଟାରମାନେ ମଧ୍ୟ ନୂଆ ବର୍ଷ ପାଳିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।
ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ନୂଆବର୍ଷ ପାଳିବାକୁ ଗୋଆରେ ପହଞ୍ଚିଛନ୍ତି। ମଲାଇକା ନିଜ ଭଉଣୀ ଅମୃତା ଅରୋରା ଓ ଆଉ କିଛି ସାଙ୍ଗଙ୍କ ସହ ଗୋଆରେ ପହଞ୍ଚିଛନ୍ତି।
ଅମୃତା ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ମଲାଇକା ଓ ଅନ୍ୟ କିଛି ସାଙ୍ଗ ଏକାଠି ନଜର ଆସିଛନ୍ତି। ଅମୃତା ମଲାଇକାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
The post ନୂଆବର୍ଷ ପାଳିବାକୁ ଗୋଆ ପହଞ୍ଚିଲେ ମଲାଇକା appeared first on OdishaLIVE.