Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୦୧୯ – ଚର୍ଚ୍ଚାରେ ନବୀନଙ୍କ ଯୋଜନା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ୨୦୧୯ ବର୍ଷରେ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଲୋକମାନଙ୍କ ଆଶାକୁ ପୂରଣ କରିବା ପାଇଁ ଏହିସବୁ ଯୋଜନାର ସୂତ୍ରପାତ କରାଯାଇଥିଲା।

ମୋ’ ସରକାର

ପଞ୍ଚମ ପାଳି ସରକାରର ଗୋଟିଏ ବଡ଼ ଉପଲବ୍ଧି ଥିଲା ମୋ’ ସରକାର କାର୍ଯ୍ୟକ୍ରମ। ସରକାରୀ କର୍ମଚାରୀ ଓ ଅଫିସରମାନଙ୍କୁ ଉତ୍ତରଦାୟୀ କରିବା ସକାଶେ ଏହା ଉଦ୍ଦିଷ୍ଟ। ଯେଉଁମାନେ ବିଭିନ୍ନ ସେବା ପାଇଁ ସରକାରୀ ଅନୁଷ୍ଠାନକୁ ଆସୁଛନ୍ତି ସେମାନେ ଠିକ୍ ଭାବରେ ସେହି ସେବା ପାଉଛନ୍ତି କି ନାହିଁ ତାହା ବୁଖିବା ହେଉଛି ମୋ’ ସରକାରର ଲକ୍ଷ୍ୟ। ଅଫିସର ଓ କର୍ମଚାରୀମାନେ ଲୋକଙ୍କୁ କିଭଳି ବ୍ୟବହାର କରୁଛନ୍ତି ତାହା ଜାଣିବା ସକାଶେ ତୁଙ୍ଗ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ କରି ସୁବିଧା ସମ୍ପର୍କରେ ଖବର ନେଇଥିଲେ।

୫-ଟି

ନବୀନ ପଟ୍ଟନାୟକ ସରକାରଙ୍କ ଆଉ ଏକ ଚର୍ଚ୍ଚିତ କାର୍ଯ୍ୟକ୍ରମ ଥିଲା ୫-ଟି। ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ସମସ୍ତଙ୍କ ମୁହଁରେ। ଚତୁର୍ଥ ପାଳି ସରକାରରେ ୩ଟି ଥିବା ବେଳେ ପଞ୍ଚମ ପାଳିରେ ଆଉ ୨ଟିକୁ ଯୋଡ଼ାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନଙ୍କୁ ଏହି ବିଭାଗର ଦାୟିତ୍ୱ ଦେଇଥିଲେ। ‘୫-ଟି’ର ଉଦ୍ଦେଶ୍ୟ ହେଉଛି ପ୍ରଶାସନକୁ ଲୋକାଭିମୁଖୀ ଓ ସ୍ଵଚ୍ଛ କରିବା।

ଐତିହ୍ୟ ସୁରକ୍ଷା

୨୦୧୯ ବର୍ଷରେ ଐତିହ୍ୟ ସଂରକ୍ଷଣ ଉପରେ ବେଶ୍ ଗୁରୁତ୍ୱ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ସହରକୁ ବିଶ୍ୱ ଐତିହ୍ୟ ଶ୍ରେଣୀର କରିବା ପାଇଁ ଖୁବ୍ ବଡ଼ ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥି ସହିତ ପୁରୀ ମନ୍ଦିର ଚାରିପଟ ଏକ ସୁରକ୍ଷା ବଳୟ ତିଆରି କରିବା ପାଇଁ ଜବର ଦଖଲ ହଟାଯାଇଥିଲା। ଅବଢ଼ା ଯୋଜନା ସକାଶେ ୩, ୨୦୮ କୋଟି ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ସେହିଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ୭୦୦କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର ପାଇଁ ମଧ୍ୟ ୮.୫ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ  କରାଯିବ।

ସ୍ୱାସ୍ଥ୍ୟ ସେବା

କଟକ ବଡ଼ ମେଡ଼ିକାଲ କଲେଜକୁ ଦ୍ୱିତୀୟ ଏମ୍ସ ପାହ୍ୟା ଦେବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ୨୦୧୯ ବର୍ଷର ଅନ୍ୟ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ଥିଲା। ଶଯ୍ୟା ସଂଖ୍ୟା ୩ ହଜାରକୁ ବଢାଇବା ବ୍ୟତୀତ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏଠି ମିଳିବା ସ୍ଥିର କରିଛନ୍ତି ସରକାର। ସେହିଭଳି ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ମଧ୍ୟ ବିଗତ ବର୍ଷରଏକ ବଡ଼ ସଫଳତା।

ଅନଲାଇନ ସେବା

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ୨୦୧୯ରେ ସମସ୍ତ ପ୍ରକାର ସରକାରୀ ସେବାକୁ ଅନଲାଇନ କରାଯାଇଥିଲା। ଏହା ଫଳରେ ନାଗରିକମାନଙ୍କୁ ଆଉ ସରକାରୀ ଅଫିସକୁ ଯିବାକୁ ପଡିବ ନାହିଁ। ବହୁ ପ୍ରକାର ପ୍ରମାଣପତ୍ରକୁ ଏବେ ବିନା ଶୁଳ୍କରେ ଅନ୍‌ଲାଇନରେ ଅଣା ଯାଇପାରିବ।

The post ୨୦୧୯ – ଚର୍ଚ୍ଚାରେ ନବୀନଙ୍କ ଯୋଜନା appeared first on OdishaLIVE.


Viewing all articles
Browse latest Browse all 11715

Trending Articles