Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନୂଆବର୍ଷରୁ ଅଚଳ ହେବନି ଆପଣଙ୍କ ପାନ୍‌ କାର୍ଡ, ବଢ଼ିଲା ପାନ୍‌-ଆଧାର ଲିଙ୍କ୍‌ ଅବଧି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷରୁ ଆଉ ଅଚଳ ହେବନି ଆପଣଙ୍କ ପାନ୍‌ କାର୍ଡ। କେନ୍ଦ୍ର ସରକାର ପାନ୍‌ ଓ ଆଧାର ସଂଯୋଗୀକରଣ ସମୟସୀମାକୁ ବଢ଼ାଇ ଦେଇଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ଯାଏଁ ପାନ୍‌-ଆଧାର ଲିଙ୍କ୍‌ର ସମୟ ଅବଧି ବୃଦ୍ଧି ପାଇଛି। ଏନେଇ ସୋମବାର ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଡିସେମ୍ବର ୩୧ ପାନ୍‌-ଆଧାର ଲିଙ୍କ୍‌ କରିବାର ଶେଷ ଦିନ ଥିଲା। ଯଦି ଆସନ୍ତାକାଲି ଭିତରେ ଆପଣ ପାନ୍‌ ସହ ଆଧାରକୁ ଲିଙ୍କ୍‌ କରାଯାଇନଥାନ୍ତେ ତେବେ ଆପଣଙ୍କ ପାନ୍‌ କାର୍ଡ ଅଚଳ ହୋଇଯାଇଥାନ୍ତି। ସୋମବାର କେନ୍ଦ୍ର ସରକାର ପାନ୍‌-ଆଧାର ଲିଙ୍କ୍‌ର ସମୟସୀମା ମାର୍ଚ୍ଚ ୩୧ ଯାଏଁ ବଢ଼ାଇଦେଇଛନ୍ତି। ବର୍ତ୍ତମାନ ଲୋକେ ମାର୍ଚ୍ଚ ୩୧ ଭିତରେ ନିଜ ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ କରିପାରିବେ।

ଆପଣ ନିଜ ପାନ୍‌ କାର୍ଡକୁ ଆଧାର ସହ ଲିଙ୍କ୍‌ କରିନାହାନ୍ତି କି? ଏହାକୁ ଆପଣ ଅନ୍‌ଲାଇନ୍‌ରେ କରିପାରିବେ। ଅନ୍‌ଲାଇନ୍‌ରେ ପାନ୍‌-ଆଧାର ସଂଯୋଗ କରିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

ପାନ୍‌-ଆଧାର ଲିଙ୍କ୍‌ କରନ୍ତୁ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

The post ନୂଆବର୍ଷରୁ ଅଚଳ ହେବନି ଆପଣଙ୍କ ପାନ୍‌ କାର୍ଡ, ବଢ଼ିଲା ପାନ୍‌-ଆଧାର ଲିଙ୍କ୍‌ ଅବଧି appeared first on OdishaLIVE.


Viewing all articles
Browse latest Browse all 11715