ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦୀ ନୂଆବର୍ଷ ପାଇଁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଆଜିକାଲିର ଯୁବପିଢ଼ି ଏବଂ ସ୍ୱଦେଶୀ ଉତ୍ପାଦର ବହୁଳ ବ୍ୟବହାର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, “ଦେଶର ଯୁବାପିଢ଼ି ବର୍ତ୍ତମାନ ଅରାଜକତା, ଅସ୍ଥିରତା ଏବଂ ଜାତୀବାଦକୁ ଘୃଣା କରୁଛନ୍ତି। ଏବେ ଯୁବପିଢ଼ିଙ୍କ ମଧ୍ୟରେ ଉଚ୍ଚ ଆଶା ଦେଖିବାକୁ ମିଳୁଛି। ଯୁବପିଢ଼ିଙ୍କ ଏହି ସକାରତ୍ମକ ଭାବନା ଦେଶକୁ ଆଗକୁ ନେବ।”
ରବିବାର ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ସ୍ୱଦେଶୀ ଉତ୍ପାଦକୁ ବହୁଳ ବ୍ୟବହାର କରିବା ପାଇଁ ଆହ୍ୱାନ କରିଛନ୍ତି। ମୋଦି କହିଛନ୍ତି, “୨୦୨୨ ମସିହା ଯାଏଁ ସ୍ୱଦେଶୀ ଉତ୍ପାଦ କିଣିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଏହା ସରକାରୀ ଭାବେ ହେବ ଉଚିତ୍ ନୁହେଁ। ଦେଶର ଯୁବପିଢ଼ି ଛୋଟ ଛୋଟ ସଂଗଠନ ଗଠନ କରି ଲୋକଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବାକୁ ଆହ୍ୱାନ କରିବାକୁ ହେବ।”
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX
The post ୨୦୧୯ ବର୍ଷର ଶେଷ ମନ୍ କି ବାତ୍ – ନୂଆବର୍ଷର ଆଗୁଆ ଅଭିନନ୍ଦନ ଜଣାଇଲେ ମୋଦୀ appeared first on OdishaLIVE.