Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ଅନ୍‌ଲାଇନ୍‌ରେ ମିଳିବ ଜାତି ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅନ୍‌ଲାଇନ୍‌ରେ ପୈଠ ହୋଇ ପାରିବ ଖଜଣା
  • ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ଦରକାର ପଡ଼ିବନି ଉତ୍ତରାଧିକାରୀ ପ୍ରମାଣପତ୍ର
  • ସଲଭେନ୍‌ସି ସାର୍ଟିଫିକେଟ ମଧ୍ୟ ଉଚ୍ଛେଦ
  • ଅନ୍‌ଲାଇନ୍‌ ପ୍ରମାଣପତ୍ର ପାଇଁ ଦେବାକୁ ପଡ଼ିବନି କୌଣସି ଶୁଳ୍କ

ଜାତି, ସ୍ଥାୟୀ ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର ପାଇଁ ଏଣିକି ଲୋକଙ୍କୁ ତହସିଲ ଅଫିସ୍‌ରେ ଲମ୍ବା ଲାଇନ୍‌ ଲଗାଇବାକୁ ପଡ଼ିବ ନାହିଁ। ଏହି ପ୍ରମାଣପତ୍ର ପାଇଁ ଦୀର୍ଘ ସମୟ ପ୍ରତୀକ୍ଷା କରିବାକୁ ବି ପଡ଼ିବ ନାହିଁ। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ-ସାର୍ଟିଫିକେଟ ଓ ପାଉତି ମୋବାଇଲ୍‌ ଆପ୍‌ ଉନ୍ମୋଚନ କରିଛନ୍ତି।

ଯେଉଁମାନେ ଜାତି, ସ୍ଥାୟୀ ବାସିନ୍ଦା ଏବଂ ଇନକମ୍‌ ସାର୍ଟିଫିକେଟ ପାଇଁ ଆବେଦନ କରିବାକୁ ଚାହିଁବେ ସେମାନେ ଅନଲାଇନ୍‌ ଜରିଆରେ ଆବେଦନ କରିପାରିବେ। ଏହାସହ ପାଉତି ଆପ୍‌ରେ ଖଜଣା ପୈଠ ମଧ୍ୟ କରିହେବ। ଅନ୍‌ଲାଇନ୍‌ ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ଆପ୍‌ରେ କେମିତି ଆବେଦନ କରିହେବ ସେନେଇ ଏକ ଭିଡିଓ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ସବୁ ପ୍ରମାଣପତ୍ର ସ୍ୱଘୋଷିତ ତଥ୍ୟ ଆଧାରରେ ମିଳି ପାରିବ। ଏହାସହ ସଲଭେନ୍‌ସି ସାର୍ଟିଫିକେଟ ମଧ୍ୟ ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର।

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଗଲେ ଆଉ ଉତ୍ତରାଧିକାରୀ ପ୍ରମାଣପତ୍ରର ଆବଶ୍ୟକତା ରହିବ ନାହିଁ। କର୍ମଚାରୀଙ୍କ ସର୍ଭିସ୍‌ ବୁକ୍‌ ଅନୁଯାୟୀ ସେମାନଙ୍କ ଉତ୍ତରାଧିକାରୀଙ୍କୁ ସବୁ ପ୍ରକାରର ସୁବିଧା ମିଳି ପାରିବ।

‘‘ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା ଆଣିବା ପାଇଁ ସବୁ ସରକାରୀ ସେବାଗୁଡ଼ିକୁ ଲୋକଙ୍କ ପାଖକୁ ନେବା ପାଇଁ ଉଦ୍ୟମ ଜାରି ରହିଛି। ଏହିସବୁ ପଦକ୍ଷେପ ଲୋକଙ୍କ ସାଧାରଣ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ‘‘ଏହି ପଦକ୍ଷେପ ଦ୍ୱାରା ପ୍ରଶାସନ ଅଧିକ ଲୋକାଭିମୁଖି ହୋଇପାରିବ।’’

୫-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

The post ଏଣିକି ଅନ୍‌ଲାଇନ୍‌ରେ ମିଳିବ ଜାତି ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର appeared first on OdishaLIVE.


Viewing all articles
Browse latest Browse all 11715

Trending Articles