ଓଡ଼ିଶାଲାଇଭ୍ ବ୍ୟୁରୋ![]()
୧୮୮୫ରେ ପ୍ରତିଷ୍ଠିତ କଂଗ୍ରେସ ଦଳ ଆଜି ୧୩୫ତମ ପ୍ରତିଷ୍ଠା ଦିବସ ପାଳୁଛି। ଏହି ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ସିଏଏ ଓ ଏନଆରସିକୁ ବିରୋଧ କରି ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ବାର୍ତ୍ତା ପହଞ୍ଚାଇବାକୁ ସମଗ୍ର ଦେଶରେ ରାଲି ଆରମ୍ଭ କରିଛି।
ଦିଲ୍ଲୀରୁ ଆରମ୍ଭ କରି ସବୁ ରାଜ୍ୟରେ ଏହି ରାଲିକୁ ସଫଳ କରିବା ପାଇଁ ଏଆଇସିସି ପକ୍ଷରୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱରରେ କଂଗେସ ମୁଖ୍ୟ କାର୍ଯ୍ୟାଳୟରେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି।
ଏଥିସହ କଂଗ୍ରେସ ଭବନରୁ ଏକ ରାଲି ରାଜଭବନ ଅଭିମୁଖେ ବାହାରିଛି। ଏଥିରେ ଏକ ୩୩ ଜଣିଆ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦିନିକିଆ ଆସାମ ଗସ୍ତ କରିଛନ୍ତି। ସେ ଆସାମରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ କରିବେ। ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା ଜନତାଙ୍କୁ ଦଳର ସମର୍ଥନ ଜଣାଇବେ।
The post ପ୍ରତିଷ୍ଠା ଦିବସରେ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ’ ରାଲି appeared first on OdishaLIVE.