Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଲାଙ୍ଗିରରେ ଲୋକାର୍ପିତ ହେଲା ଏଲ୍‌ପିଜି ବଟଲିଙ୍ଗ୍‌ ପ୍ଲାଣ୍ଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗିରରେ ଏଲ୍‌ପିଜି ବଟଲିଙ୍ଗ୍‌ ପ୍ଲାଣ୍ଟ ଲୋକାର୍ପିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହି ପ୍ଲାଣ୍ଟକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଲୋକାର୍ପିତ କରିବାର ଥିଲା। ହେଲେ କୁହୁଡ଼ି ଯୋଗୁଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଯାଇଥିଲା।

ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବା ପରେ ରାଜ୍ୟପାଳ ଏହି ପ୍ଲାଣ୍ଟକୁ ଲୋକାର୍ପିତ କରିଥିଲେ।

ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ୍‌(ବିପିସିଏଲ୍‌) ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଇଛି। ବର୍ଷକୁ ୪୨ ଲକ୍ଷ ଗ୍ୟାସ୍‌ ରିଫିଲିଂ କରିବାର କ୍ଷମତା ଏହି ପ୍ଲାଣ୍ଟର ରହିଛି।

ଉପରାଷ୍ଟ୍ରପତି ଏହି ଲୋକାର୍ପଣ ଉତ୍ସବକୁ ଆସି ନଥିଲେ ମଧ୍ୟ ତାଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏହି ବାର୍ତ୍ତାରେ ଉପରାଷ୍ଟ୍ରପତି କହିଥିଲେ, ‘‘ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ବିକଶିତ କରିବା ପାଇଁ ଏହି ପ୍ଲାଣ୍ଟ ସହାୟତା କରିବ। ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାଗ ଭଲ ନଥିବାରୁ ମୁଁ ବଲାଙ୍ଗିରରେ ପହଞ୍ଚି ପାରିନାହିଁ। ଏହି ପ୍ରକଳ୍ପ ସଫଳତା ହାସଲ କରୁ।’’

‘‘ଏହି ପ୍ଲାଣ୍ଟ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାର ଗ୍ୟାସ୍‌ ରିଫିଲିଂ ଅସୁବିଧାକୁ ଦୂର କରିବ। ପୂର୍ବ ଭାରତର ବିକାଶ ପାଇଁ ଭାରତ ସରକାର ଯେଉଁ ନକ୍ସା ପ୍ରସ୍ତୁତ କରିଥିଲେ ସେଥିମଧ୍ୟରୁ ଏହି ପ୍ଲାଣ୍ଟ ହେଉଛି ଅନ୍ୟତମ’’, କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

‘‘ଓଡ଼ିଶାରେ ଗ୍ୟାସ୍‌ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ଭାରତ ସରକାର ଓଡ଼ିଶାର ବଲାଙ୍ଗିରରେ ଦ୍ୱିତୀୟ ବଟଲିଙ୍ଗ୍‌ ପ୍ଲାଣ୍ଟର ପରିକଳ୍ପନା କରିଥିଲେ। ୨୦୧୮ରେ ଏହାର ଭିତ୍ତିପ୍ରସ୍ତର ଦିଆଯାଇଥିଲା। ବର୍ଷକ ଭିତରେ ପ୍ଲାଣ୍ଟ ଲୋକାର୍ପଣ ହୋଇଛି’’, କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବିପିସିଏଲ୍‌ର ଓଡ଼ିଶା ଓ ଝାଡଖଣ୍ଡ ମୁଖ୍ୟ ସଞ୍ଜୟ ଶର୍ମା ଉପସ୍ଥିତ ଥିଲେ।

୨୦୧୮ ମେ’ ମାସରେ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

The post ବଲାଙ୍ଗିରରେ ଲୋକାର୍ପିତ ହେଲା ଏଲ୍‌ପିଜି ବଟଲିଙ୍ଗ୍‌ ପ୍ଲାଣ୍ଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles