Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଶୁଭ ୨୦୧୯ ବର୍ଷ –ରେଳ ଦୁର୍ଘଟଣାରେ ଯାଇନି କୌଣସି ଜୀବନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେକର୍ଡ କଲା ଭାରତୀୟ ରେଳବାଇ। ଚଳିତବର୍ଷ ଦେଶରେ ରେଳ ଦୁର୍ଘଟଣାରେ କୌଣସି ଜୀବନ ଯାଇନାହିଁ। ଏନେଇ ଶୁକ୍ରବାର ରେଳ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ୨୦୧୯କୁ ଜାତୀୟ ପରିବହନ ଇତିହାସର ସୁରକ୍ଷିତ ବର୍ଷ ବୋଲି କୁହାଯାଇଛି।

୨୦୧୬-୧୭ରେ ଦେଶରେ ରେଳ ଦୁର୍ଘଟଣାରେ ୧୯୫ ଜଣଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୭-୧୮ ବର୍ଷରେ ୨୮ ଏବଂ ୨୦୧୮-୧୯ ବର୍ଷରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗତ ୧୨ ମାସ ମଧ୍ୟରେ ଦେଶରେ ରେଳ ଦୁର୍ଘଟଣାରେ କୌଣସି ଜୀବନ ଯାଇ ନଥିବା ସୂଚନା ଦିଆଯାଇଛି।

୧୯୯୦-୧୯୯୫ ମସିହା ମଧ୍ୟରେ ଦେଶରେ ପ୍ରତିବର୍ଷ ୫୦୦ଟି ରେଳ ଦୁର୍ଘଟଣା ହୋଇଛି। ଏଥିରେ ପାଖାପାଖି ୨୪୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୦୦ ଆହତ ହୋଇଥିଲେ। ୨୦୧୩-୨୦୧୮ର ରିପୋର୍ଟ ଦେଖିବାକୁ ଗଲେ, ପ୍ରତି ବର୍ଷ ପ୍ରାୟ ୧୧୦ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ ଲୋକ ଆହତ ହୋଇଛନ୍ତି। ତେବେ ଚଳିତବର୍ଷ କୌଣସି ଦୁର୍ଘଟଣାଜନିତ ମୃତ୍ୟୁ ହୋଇନଥିବାରେ ଭାରତୀୟ ରେଳ ଦେଶରେ ନୂଆ ରେକର୍ଡ କରିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

The post ଶୁଭ ୨୦୧୯ ବର୍ଷ – ରେଳ ଦୁର୍ଘଟଣାରେ ଯାଇନି କୌଣସି ଜୀବନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles