Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

NSA କ’ଣ? ଯାହାକୁ ବିକ୍ଷୋଭକାରୀଙ୍କ ଉପରେ ଲାଗୁକରିବାକୁ ଚିନ୍ତା କରୁଛନ୍ତି ସରକାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ହୋ ହଲ୍ଲା ଲାଗି ରହିଛି। କେତେକ ସ୍ଥାନରେ ଆନ୍ଦେଳନକାରୀମାନେ ହିଂସାତ୍ମକ ଘଟଣା ମଧ୍ୟ ଘଟାଇବା ଆରମ୍ଭ କରିଦେଇଛନ୍ତି। ଏପରି ସମୟରେ ସରକାର NSA ଲାଗୁ କରିବାକୁ ଚିନ୍ତା କରୁଥିବା ସୂଚନା ମିଳିଛି। ବିକ୍ଷୋଭକାରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ଏହା ସରକାରଙ୍କ ପ୍ରମୁଖ ଅସ୍ତ୍ର ହେବ ବୋଲି କୁହାଯାଉଛି। ତେବେ ଏହି NSA କଣ ଆପଣ ଜାଣିଛନ୍ତି କି?

ଜାଣନ୍ତୁ,NSA ?

NSA ହେଉଛି ଜାତୀୟ ସୁରକ୍ଷା ଆଇନ୍। ଏହି ଆଇନ୍ ଆଧାରରେ ସରକାର ଯେକୌଣସି ବ୍ୟକ୍ତିକୁ ଦେଶର ସୁରକ୍ଷା ଦୃଷ୍ଟିରୁ ବିନା କୌଣସି କାରଣରେ ଗିରଫ କରିପାରିବେ। ଏପରିକି ତାକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜେଲରେ ରଖିବାର ମଧ୍ୟ ବ୍ୟବସ୍ଥା ରହିଛି। ୧୯୮୦ ମସିହାରେ ଜାତୀୟ ସୁରକ୍ଷା ଅଧିନିୟମ ଆଧାରରେ ସରକାରଙ୍କୁ ଅଧିକ କ୍ଷମତା ଦେବା ପାଇଁ ଏହି ଆଇନକୁ ଆରମ୍ଭ କରାଯାଇଥିଲା।

ଇନ୍ଦିରା ଗାନ୍ଧୀ ଆଣିଥିଲେ ନୂଆ NSA ଆଇନ୍

୧୯୮୦ ମସିହାରେ ଦେଶରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଶାସନ କରୁଥିଲା। ଜରୁରୀ ପରିସ୍ଥିତି ପରେ ପରେ ସେତେବେଳେ ଇନ୍ଦିରା ଶାସନକୁ ଫେରିଥାନ୍ତି। ଏହି ସମୟରେ ସେ କେନ୍ଦ୍ର ସରକାରଙ୍କୁ କ୍ଷମତାଶାଳୀ କରିବା ପାଇଁ ସେ ଏହି ଆଇନକୁ ଆଣିଥିଲେ। ଏହି ଆଇନ ଅନୁସାରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଯେକୌଣସି ବ୍ୟକ୍ତିକୁ ଗିରଫ କରିପାରିବେ।

ନାଗରିକଙ୍କ ଉପରେ କେମିତ ପଡ଼ିବ ପ୍ରଭାବ?

ଏହି ଆଇନ ଲାଗୁ ହେବା ଦ୍ୱାରା ସରକାର ଦେଶର କୌଣସି ବିକ୍ଷୋଭକାରୀଙ୍କୁ ସୁରକ୍ଷା ଆଳରେ ଗିରଫ କରିପାରିବେ। ଏପରିକି ୧୨ମାସ ପର୍ଯ୍ୟନ୍ତ ଜେଲରେ ମଧ୍ୟ ରଖିପାରିବେ। ଏଥିପାଇଁ ସରକାରଙ୍କୁ କୌଣସି ପ୍ରଶ୍ନ ପଚରାଯାଇପାରିବ ନାହିଁ।

ଦେଶରେ ଏବେ ନାଗରିକତା ଆଇନକୁ ନେଇ ଆନ୍ଦୋଳନ ବଢ଼ିବାକୁ ଲାଗିଥିଲା ବେଳେ ଏହାକୁ କାବୁ କରିବାକୁ ମୋଦୀ ସରକାର NSA ଲାଗୁ କରିବାକୁ ଯୋଜନା କରୁଥିବା କୁହାଯାଉଛି।

The post NSA କ’ଣ? ଯାହାକୁ ବିକ୍ଷୋଭକାରୀଙ୍କ ଉପରେ ଲାଗୁକରିବାକୁ ଚିନ୍ତା କରୁଛନ୍ତି ସରକାର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images