Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାରବାଟୀକୁ ଜଗିବ ୮୦ ପ୍ଲାଟୁନ ପୋଲିସ ଫୋର୍ସ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୨ ତାରିଖରେ ଭାରତ ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ ମ୍ୟାଚ୍ ବାରବାଟୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୨୧ ତାରିଖରେ ଦୁଇ ଦଳ ଷ୍ଟାଡିୟମରେ ଅଭ୍ୟାସ କରିବେ। ଷ୍ଟାଡିୟମକୁ ଖେଳାଳି ପ୍ରବେଶ କରିବା ପୂର୍ବରୁ ଶୁକ୍ରବାର ରାଜ୍ୟ ପୋଲିସ ଡିଜି ଅଭୟ ସ୍ଥିତି ଯାଞ୍ଚ କରିଛନ୍ତି। ସୁରକ୍ଷା ନେଇ ରହିଥିବା ପ୍ରତ୍ୟେକଟି ବନ୍ଦୋବସ୍ତର ତଦାରଖ ସେ ନିଜେ କରିଛନ୍ତି।

ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟାଡିୟମ୍‌ରେ ରହି ଦର୍ଶକଙ୍କ ପ୍ରବେଶ, ଖେଳାଳି ଓ ଭିଭିଆଇପିଙ୍କ ପ୍ରବେଶ ଏବଂ ସୁରକ୍ଷା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଯାଞ୍ଚ କରିଥିଲେ ଡିଜିପି। ପରେ ଏହି ବ୍ୟବସ୍ଥାରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ସଂପୂର୍ଣ୍ଣ ଦିନିକିଆ ପାଇଁ ମୋଟ୍ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ଡିଜିପି ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ଖେଳାଳି ରହିବାଠାରୁ ଯିବା ଆସିବା, ଷ୍ଟାଡିୟମ୍ ସୁରକ୍ଷା, ଟ୍ରାଫିକ୍ ଓ ଭିଭିଆଇପିଙ୍କ ସୁରକ୍ଷାରେ ଏହି ପୋଲିସ କର୍ମୀ ନିୟୋଜିତ ହେବେ। ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହିତ ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ପ୍ରମୁଖ ଦାୟିତ୍ୱରେ ରହିବେ ବୋଲି ଡିଜିପି ଅଭୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ମ୍ୟାଚ ଅମ୍ପାୟାର ସନ୍ ଜର୍ଜ, ନିତିନ ମେନନ୍, ଟିଭି ଅମ୍ପାୟାର୍ ରୋଡ୍ ଟକର୍, ରିଜର୍ଭ ଅମ୍ପାୟାର୍ ଅନିଲ୍ ଚୌଧୁରୀ ପ୍ରମୁଖ ଷ୍ଟାଡିୟମ୍ ଆସି ସ୍ଥିତି ଯାଞ୍ଚ୍ କରିଛନ୍ତି। ତେବେ ସାଇଟ୍ ସ୍କ୍ରିନ୍ ଜନିତ କିଛି ସମସ୍ୟା ରହିଥିବାରୁ ଏହାକୁ ତୁଟାଇବାକୁ କୁହାଯାଇଥିଲା। ଅମ୍ପାୟାରଙ୍କ ନିର୍ଦ୍ଦେଶ ମୁତାବକ ଓସିଏ ପକ୍ଷରୁ ସଙ୍ଗେ ସଙ୍ଗେ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

The post ବାରବାଟୀକୁ ଜଗିବ ୮୦ ପ୍ଲାଟୁନ ପୋଲିସ ଫୋର୍ସ appeared first on OdishaLIVE.


Viewing all articles
Browse latest Browse all 11715

Trending Articles