ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଧାନ ଖଳାରେ ନିଆଁ ଲାଗି ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ଜଳି ପୋଡ଼ି ପାଉଁଶ ହୋଇଛି। ବୈାଦ୍ଧ କଣ୍ଟାମାଳ ଖଟଖଟିଆ ପଞ୍ଚାୟତ ସିନ୍ଦୁରପୁର ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।
ସିନ୍ଦୁରପୁର ଗାଁର ମନୋଜ ଭୋଇ ନାମକ ଜଣେ ଚାଷୀ ଧାନ କାଟି ଗାଁ ମୁଣ୍ଡରେ ଥିବା ଖଳାରେ ରଖିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଧାନ ଖଳାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।
୨ଟି ଦମକଳ ଗାଡ଼ି ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ ବି ଧାନ ସବୁ ପାଉଁଶ ହୋଇଯାଇଛି।
The post ଧାନ ଖଳାରେ ନିଆଁ ଲାଗି ୭ ଲକ୍ଷ ଟଙ୍କାର ଧାନ ପାଉଁଶ appeared first on OdishaLIVE.