ଓଡ଼ିଶାଲାଇଭ୍ ବ୍ୟୁରୋ![]()
କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।
ମଙ୍ଗଳବାର ସକାଳ ୫ଟା ବେଳେ ଗୁପ୍ତେଶ୍ୱର ଶିବ ମନ୍ଦିରରୁ ଏହି ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶିବଲିଙ୍ଗଠାରୁ ମାତ୍ର ୫ ଫୁଟ ବ୍ୟବଧାନରେ ଏହି କାଣ୍ଡ ଘଟିଛି l
ପୂଜକ ନୀତିକାନ୍ତି ସକାଳୁ ଭଗବାନଙ୍କ ପୂଜା ପାଇଁ ଦ୍ୱାର ଖୋଲିଲା ବେଳକୁ ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ମୁଖ୍ୟ ପୂଜକଙ୍କୁ ଖବର ଦେଇ ସ୍ଥାନୀୟ ରାମଗିରି ଫାଣ୍ଡି ଅଧିକାରୀଙ୍କୁ ଓ ଦେବତର ଦାଇତ୍ୱରେ ଥିବା ଜୟପୁର ତହସିଲଦାରଙ୍କୁ ଘଟଣା ବିଷୟରେ ଜଣାଇଥିଲେl ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ।
The post କୋରାପୁଟ: ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ଭିତରେ ଯୁବକଙ୍କ ଆତ୍ମହତ୍ୟା appeared first on OdishaLIVE.