Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ

$
0
0

 ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାରିତ ହେବା ପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏହାକୁ ଘୋର ପ୍ରତିବାଦ କରାଯାଉଛି। ବିଲ୍‌ର ପ୍ରତିବାଦ କରି ଉତ୍ତର ପୂର୍ବାଞ୍ଚଳ ଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ଏନଜିଓ ଏବଂ ରାଜନୀତିକ ଦଳଗୁଡ଼ିକ ସମର୍ଥନ କରିଛନ୍ତି। ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ରାସ୍ତାଘାଟ ବନ୍ଦ ହେବା ସହ ଦୋକାନ ବଜାର ବନ୍ଦ ରହିଛି।

ଫଳରେ ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏବେ ଉତ୍ତର ପୂର୍ବ ରାଜ୍ୟରେ ହିଁ ଅଧିକାଂଶ ଅଣମୁସଲିମ ଶରଣାର୍ଥୀ ରହୁଛନ୍ତି। ସେମାନେ ଭାରତର ନାଗରିକତା ପାଇଲେ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

The post ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ appeared first on OdishaLIVE.


Viewing all articles
Browse latest Browse all 11715

Trending Articles