ଓଡ଼ିଶାଲାଇଭ୍ ବ୍ୟୁରୋ![]()
ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ଦଳ ଉପନେତା ବିଷ୍ଣୁ ସେଠୀ ଖୁବ୍ ବର୍ଷିଛନ୍ତି।
‘‘ଯଦି କାର୍ଯ୍ୟ ନିର୍ଘଣ୍ଟ ନଥିଲା ତେବେ ଡିସେମ୍ବର ୧୯ ଯାଏଁ ଅଧିବଶେନ କାହିଁକି ଘୋଷଣା ହୋଇଥିଲା। ସମୟ ପୂର୍ବରୁ ଅଧିବେଶନ ବନ୍ଦ କରିବା ଅଗଣତାନ୍ତ୍ରିକ। ଏହା ସଂପୂର୍ଣ୍ଣ ଭାବେ ସ୍ୱେଚ୍ଛାଚାରିତା‘‘ କହିଛନ୍ତି ବିଷ୍ଣୁ ସେଠୀ।
ନିର୍ଦ୍ଦିଷ୍ଟ ଦଳର ଚାପରେ ଆସି ବାଚସ୍ପତି ଗୃହକୁ ବନ୍ଦ ରଖିଲେ ବୋଲି ସେ କହିଛନ୍ତି। ସେହିପରି କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଯାଜପୁର ପିଇଓ ସ୍ମିତାରାଣୀଙ୍କ ହତ୍ୟା ମାମଲା କଥା ମଧ୍ୟ ସେ କହିଛନ୍ତି।
ଏଥିସହ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବହିଷ୍କାର ପାଇଁ ଦାବି କରିଛି ବିଜେପି। ମନ୍ତ୍ରୀଙ୍କ ସହ ୨ ମହିଳାଙ୍କ ହାଇଦ୍ରାବାଦ ଗସ୍ତ ନେଇ ପ୍ରମାଣ ଥିବା ସତ୍ତ୍ୱେ ସରକାର ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ବୋଲି ବିଷ୍ଣୁ ସେଠୀ କହିଛନ୍ତି।
The post ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ – ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ କହିଲା ବିଜେପି appeared first on OdishaLIVE.