ଓଡ଼ିଶାଲାଇଭ୍ ବ୍ୟୁରୋ![]()
ନିଆଳି ମାଧବ ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ନୁହେଁ। ମାମୁ ଘର ବୋଲି କୌଣସି ତଥ୍ୟ ପ୍ରମାଣ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
ଏହାସହ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ମହାପ୍ରଭୁଙ୍କ ପାଇଁ ଆସିଥିବା ପଢୁଆଁ ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। ହେଲେ ମାମୁ ଘର ହିସାବରେ ନୁହେଁ, ଜଣେ ଭକ୍ତ ଯେଭଳି ଭଗବାନଙ୍କୁ ଭୋଗ ଅର୍ପଣ କରିଥାନ୍ତି ସେହି ନ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପଢୁଆଁ ଭାର ଗ୍ରହଣ କରିଛି।
ନିଆଳି ମାଧବ ଜଗନ୍ନାଥଙ୍କର ମାମୁଘର ନୁହେଁ ବୋଲି କେତେକ ସେବାୟତ କହିଥିଲେ। ଶ୍ରୀମନ୍ଦିର ପରମ୍ପରାରେ ନିଆଳି ମାଧବ ମହାପ୍ରଭୁଙ୍କ ମାମୁ ବୋଲି କେଉଁଠି ଉଲ୍ଲେଖ ନଥିବା ସେବାୟତ କହିଛନ୍ତି।
ଶ୍ରୀଜୀଉଙ୍କ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବ ମନ୍ଦିରରୁ ପଢୁଆଁ ଭାର ମଙ୍ଗଳବାର ଦିନ ଆସିଥିଲା। ମାଧବ ମନ୍ଦିରରୁ ଶହ ଶହ ଭକ୍ତ ଭାର ଆଣି ଶ୍ରୀମନ୍ଦିର ଆସିଥିଲେ। ଗତ କିଛି ବର୍ଷ ହେଲା ବନ୍ଦ ହୋଇ ପଡିଥିବା ପରମ୍ପରାକୁ ଚଳିତ ବର୍ଷ ପୁଣିଥିରେ ଆରମ୍ଭ କରାଯାଇଥିଲା।
କୁହାଯାଏ ୧୨୨୬ ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଶାସନ ସମୟରେ ଏହି ପରମ୍ପରା ଆରମ୍ଭ ହୋଇଥିଲା। ତେବେ ଶ୍ରୀମନ୍ଦିରର ଏଭଳି ପରମ୍ପରା ନଥିବା ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।
The post ନିଆଳି ମାଧବ ନୁହେଁ ଜଗନ୍ନାଥଙ୍କ ମାମୁ ଘର appeared first on OdishaLIVE.








