Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11646

ପ୍ରଶାସକ, ଲେଖକ ଓ ସଂସ୍କୃତି ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକଙ୍କ ପରଲୋକ

$
0
0

ଭୁବନେଶ୍ୱର, ୧୯/୦୨(ଓଡ଼ିଶାଲାଇଭ୍‌ ବ୍ୟୁରୋ): ଜଣାଶୁଣା ପ୍ରଶାସକ, ଲେଖକ ତଥା ସଂସ୍କୃତି ଗବେଷକ ଆଶୁତୋଷ ପ୍ରସାଦ ପଟ୍ଟନାୟକଙ୍କର ରବିବାର ସକାଳୁ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା।

ଶ୍ରୀଯୁକ୍ତ ପଟ୍ଟନାୟକ କିଛିଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଶିକ୍ଷାବିତ୍ ବସନ୍ତଲତା ପଟ୍ଟନାୟକ, ଏକମାତ୍ର ପୁଅ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଦେବାଶିଷ ପଟ୍ଟନାୟକ ଓ ବୋହୂ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଉପସ୍ଥିତ ଥିଲେ।

ରବିବାର ସନ୍ଧ୍ୟାରେ ତାଙ୍କ ମୂଳ ବାସସ୍ଥାନ ଭୁବନେଶ୍ୱର ଅଧୀନସ୍ଥ ପାତ୍ରପଡ଼ାଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଯାଇଛି।

ଆଶୁତୋଷ ପ୍ରସାଦ ପଟ୍ଟନାୟକ ୧୯୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ରେଭେନ୍‌ସା କଲିଜିଏଟ୍ ସ୍କୁଲ୍‍ରେ ଶିକ୍ଷକତାରୁ ଚାକିରି ଜୀବନ ଆରମ୍ଭକରି ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ଅବସର ଗ୍ରହଣ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବୃତ୍ତିଲାଭ କରି ଦୀର୍ଘ ୨ ବର୍ଷଧରି ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟୟନ କରିଥିଲେ।

ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଜଣାଶୁଣା ଲେଖକ ଓ ସଂସ୍କୃତି ଗବେଷକ ଥିଲେ। ସେଂଟର ଫର୍ ହେରିଟେଜ୍ ଷ୍ଟଡିଜ୍ ନାମକ ଅନୁଷ୍ଠାନ ପ୍ରତିଷ୍ଠାକରି ସେ କଳିଙ୍ଗର ପ୍ରାଚୀନ ଇତିହାସ ଓ ନୌବାଣିଜ୍ୟ ସଂପର୍କରେ ଦୀର୍ଘଦିନଧରି ଗବେଷଣା କରିଥିଲେ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ରହିଛି ‘ଦ ଅର୍ଲି ଭୟେଜର୍ସ ଅଫ୍ ଇଷ୍ଟ୍’, ‘ମହାଦେବତା’ ଏବଂ ‘ଆକା ମା ବୋଇ’।


Viewing all articles
Browse latest Browse all 11646

Trending Articles