ଅଖିଳ ମୋହନ ପଟ୍ଟନାୟକ, ବୟସ ତାଙ୍କର ୭୮ ବର୍ଷ। ଘର ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼। ବୟସ ଯେମିତି ହାର ମାନିଛି ଅଖିଳ ମୋହନଙ୍କ ନିଶା ଆଗରେ। ପୁରୁଣା ଜିନିଷ ସଂଗ୍ରହ ଅଖିଳଙ୍କ ନିଶା ଓ ପେସା। ସାମ୍ପ୍ରତିକ ସମାଜରେ ଯେଉଁ ପୁରୁଣା ଜିନିଷଗୁଡ଼ିକ ଲୋକଙ୍କ ମନରୁ ହଜିଯାଉଛି ତାହାକୁ ସାଇତି ରଖି ଆଗାମୀ ପିଢ଼ିଙ୍କୁ ଦେଖାଇବାର ନିଆରା ପ୍ରୟାସରେ ଦୀର୍ଘ ୪୦ ବର୍ଷ ହେବ ଅହରହ କାର୍ଯ୍ୟ କରିଆସୁଛନ୍ତି ଅଖିଳ।
ପିଲାଟି ଦିଅନ୍ତୁ ମା’ ମୋତେ ଗୋଟିଏ ଜିନିଷ ଶିଖାଇଥିଲା ସେଇଟା ହେଲା ପ୍ରତିଟି ଜିନିଷର କିଛନା କିଛି ମୂଲ୍ୟ ଅଛି। ଯେଉଁ ଜିନିଷକୁ ଆମ୍ଭେ ବ୍ୟବହାର କରୁ ତାହାକୁ ସାଇତି ରଖିବା ଆଉ ସଜାଇ ରଖିବା ଯାହାକି ଭବିଷ୍ୟତରେ ସେହି ଜିନିଷ ଆମର ଦରକାର ହୋଇପାରେ। ଏ କଥା କହନ୍ତି ଅଖିଳ ମୋହନ ପଟ୍ଟନାୟକ।
ଅଖିଳ ମୋହନ ପଟ୍ଟନାୟକ, ବୟସ ତାଙ୍କର ୭୮ ବର୍ଷ। ଘର ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼। ବୟସ ଯେମିତି ହାର ମାନିଛି ଅଖିଳ ମୋହନଙ୍କ ନିଶା ଆଗରେ। ପୁରୁଣା ଜିନିଷ ସଂଗ୍ରହ ଅଖିଳଙ୍କ ନିଶା ଓ ପେସା। ସାମ୍ପ୍ରତିକ ସମାଜରେ ଯେଉଁ ପୁରୁଣା ଜିନିଷଗୁଡ଼ିକ ଲୋକଙ୍କ ମନରୁ ହଜିଯାଉଛି ତାହାକୁ ସାଇତି ରଖି ଆଗାମୀ ପିଢ଼ିଙ୍କୁ ଦେଖାଇବାର ନିଆରା ପ୍ରୟାସରେ ଦୀର୍ଘ ୪୦ ବର୍ଷ ହେବ ଅହରହ କାର୍ଯ୍ୟ କରିଆସୁଛନ୍ତି ଅଖିଳ। ବୋଲଗଡ଼ ବଜାରରେ ପ୍ରତିଷ୍ଠା କରିଛନ୍ତି ‘ଘନଶ୍ୟାମ- ପଣ୍ଡିକ ସଂଗ୍ରହାଳୟ ଓ ପାଠାଗାର’। ଏହି ସଂଗ୍ରହାଳୟକୁ ସେ ବିଭିନ୍ନ ବିଭାଗରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା ରେଡିଓ, ପୁସ୍ତକ, ବିଭିନ୍ନ ଦେଶର ନୋଟ୍ ଓ କଏନ୍, ଐତିହାସିକ ପାଣ୍ଡୁଲିପି ଓ ମୁଖା, ୱାଟରପମ୍ପ ଇତ୍ୟାଦି।
ରେଡିଓ ବିଭାଗରେ ରହିଛି ମୋଟ୍ ୩୫୦ଟି ରେଡିଓ ଯେଉଁଥିରେ ୨୦ଟି ରେଡିଓ ବର୍ତ୍ତମାନ ବାଜୁଅଛି। ଏହି ରେଡିଓଗୁଡ଼ିକ ମଧ୍ୟରେ କିଛି ରେଡିଓ ୧୦୦ ବର୍ଷ ତଳର ପୁରୁଣା। ଫିଲିପ୍ସ, ବୁସ୍, ମର୍ଫି, ଟିଲରେଡ୍, ସୋନି, ଆକାଇ, ସୋନିଓ, ନେସନେଲ୍, ପାନାସୋନିକ୍, ଏଚ୍ଏସ୍ଭି ପରି ଅନେକ ଦେଶ ଓ ବିଦେଶର ଭଳିକି ଭଳି ରେଡିଓ। ଏହା ସହିତ ଆମେରିକାନ୍ ଟେପ୍ ରେକର୍ଡର, ଜାପାନ ଓ ଇଂଲଣ୍ଡର ବହୁ ବିରଳ ବୈଦ୍ୟୁତିକ ଯନ୍ତ୍ରାଂଶ, ଓୟାରଲେସ୍ ଫୋନ୍ ଇତ୍ୟାଦି।
ଏ ବର୍ଷ ‘ତୃତୀୟ ଆଉଟ୍ରିଚ୍ ଆନ୍ତର୍ଜାତୀୟ ରେଡିଓ ମେଳା’ରେ ସେ ୨୦୦ରୁ ଊର୍ଦ୍ଧ୍ୱ ପୁରୁଣା ରେଡିଓକୁ ପ୍ରଦର୍ଶନ କରିଛନ୍ତି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେ ‘ଇଭଲୁସନ୍ସ ଅଫ୍ ସାଇନ୍ସ’ ବା ବିଜ୍ଞାନର କ୍ରମ ବିକାଶ ସଂପର୍କରେ ବୁଝାଉଛନ୍ତି। ଗତ ୨ ବର୍ଷ ହେବ ରେଡିଓ ମେଳାରେ ସେ ଭାଗ ନେଇଆସୁଛନ୍ତି।
ପ୍ରାଥମିକ ସ୍ତରରେ ରେଡିଓର ଭଲ୍ବୋ ସେଟ୍ ପରେ ଟ୍ରାଞ୍ଜିଟ୍, ଇଣ୍ଟିଗ୍ରେଟେଡ ଓ ବର୍ତ୍ତମାନର ଡିଜିଟାଲ୍ ସେଟ୍ର ରେଡିଓ ଦେଖିବାକୁ ମିଳିବ ଏହି ଲାଇବ୍ରେରୀରେ। ଏ ବର୍ଷ ‘ତୃତୀୟ ଆଉଟ୍ରିଚ୍ ଆନ୍ତର୍ଜାତୀୟ ରେଡିଓ ମେଳା’ରେ ସେ ୨୦୦ରୁ ଊର୍ଦ୍ଧ୍ୱ ପୁରୁଣା ରେଡିଓକୁ ପ୍ରଦର୍ଶନ କରିଛନ୍ତି ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେ ‘ଇଭଲୁସନ୍ସ ଅଫ୍ ସାଇନ୍ସ’ ବା ବିଜ୍ଞାନର କ୍ରମ ବିକାଶ ସଂପର୍କରେ ବୁଝାଉଛନ୍ତି। ଗତ ୨ ବର୍ଷ ହେବ ରେଡିଓ ମେଳାରେ ସେ ଭାଗ ନେଇଆସୁଛନ୍ତି।
ଅଖିଳ ମୋହନ କୁହନ୍ତି ଯେ ବର୍ତ୍ତମାନ ରେଡିଓର ପ୍ରଚାର ପ୍ରସାର କମିଛି, ତା’ର ଜାଗା ନେଇଛି ସ୍ମାର୍ଟଫୋନ, ଇଣ୍ଟରନେଟ୍, ଟେଲିଭିଜନ କିନ୍ତୁ ରେଡିଓ ରହିଛି ରହୁଛି ଏବଂ ରହିବ ମଧ୍ୟ। ଆଧୁନିକ ବିଜ୍ଞାନର କୌଶଳରେ ରେଡିଓ ମୋବାଇଲରେ ଜାଗା ନେଇଛି। କିନ୍ତୁ ପୂର୍ବଭଳି ରେଡିଓ ତା’ର ସ୍ଥାନକୁ ଫେରିବ ଓ ଲୋକମାନେ ପୁଣି ରେଡିଓକୁ ଆବୁରି ନେବେ। ବିଭିନ୍ନ ଗ୍ରାମାଞ୍ଚଳରେ ଆଜିବି ରେଡିଓର ଶ୍ରୋତାବନ୍ଧୁମାନେ ରେଡିଓ ଶୁଣୁଛନ୍ତି। ଯେଉଁଠି ଫୋନ୍, ଟିଭି, ଇଣ୍ଟରନେଟ୍ କାମ ନ କରିଥାଏ ସେଇଠି ରେଡିଓ ସମସ୍ତଙ୍କର ପ୍ରିୟପାତ୍ର ସାଜିଥାଏ। ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ, ଯଥା ବନ୍ୟା, ବାତ୍ୟା, ସମୟରେ ରେଡିଓର ଉପକାରିତା ଆମେ ଅନୁଭବ କରିଥାନ୍ତି।
ଅଖିଳ ମୋହନ ୪୦ ବର୍ଷ ପୂର୍ବରୁ ଝାରସୁଗୁଡ଼ାରୁ ମେକାନିକାଲ୍ରେ ଡିପ୍ଲୋମା ଇଞ୍ଜିନିୟର ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କର ଏହି ବିରଳ ନିଶା ପାଇଁ ସେ କେଉଁଠି ଚାକିରି କରିପାରିନାହାନ୍ତି। କାରଣ ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ରାଜ୍ୟ ବୁଲି ବୁଲି ସେ ଏହି ଜିନିଷସବୁ ତାଙ୍କ ଲାଇବ୍ରେରୀରେ ସ୍ଥାନିତ କରିଛନ୍ତି। ପରିଣତ ବୟସରେ ବି ସେ ମାସକୁ ୨୦ ଦିନ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି, ଏହି ବିରଳ ଜିନିଷ ସାମଗ୍ରୀ ସନ୍ଧାନରେ।
ତାଙ୍କ ଲାଇବ୍ରେରୀକୁ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ବୁଲି ଆସୁଛନ୍ତି। ତାଙ୍କ ଲାଇବ୍ରେରୀରେ ରେଡିଓ ବ୍ୟତୀତ ୬୫ଟି ଦେଶର ବିଭିନ୍ନ ପ୍ରକାରର ୧ ହଜାରଟି ନୋଟ୍ ଅଛି, ୬୨ଟି ଦେଶର କଏନ୍ ଅଛି ଏବଂ ୧୦୫ଟି ଦେଶର ଡାକଟିକେଟ୍ ରଖିଛନ୍ତି। ଯାହାର ମୂଲ୍ୟ ଆଜିର ଦିନରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଅଖିଳ କହନ୍ତି।
ଐତିହାସିକ ମୁଖା ଯାହାକୁକି ରାମାୟଣ ଓ ମହାଭାରତ ବିଭିନ୍ନ ଚରିତ୍ରରେ ବ୍ୟବହାର କରାଯାଏ, ସୁନା, ବ୍ରୋଞ୍ଜ, ରୂପା, ହୀରା, ଅଷ୍ଟ୍ରେଲିଆନ୍ କୋରାଲ୍, ୬ଟି ପୁରୁଣା ଚରଖା, ତାପପତ୍ର ପୋଥୀ ତାଙ୍କ ଲାଇବ୍ରେରୀର ଅନ୍ୟ ଆକର୍ଷଣ । ଓଡ଼ିଶା, ବେଙ୍ଗଲ, ବିହାର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ହରିଆନା, ପଞ୍ଜାବ ସମେତ ୧୪ଟି ରାଜ୍ୟର ବିଭିନ୍ନ ସମୟର ମାଟି ଦୀପକୁ ସେ ସାଇତି ରଖିଛନ୍ତି। ପୁରୁଣା ଟେଲିଭିଜନ, କ୍ୟାମେରା, କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନକୁ ସେ ସାଇତି ରଖିବାକୁ ଭୁଲୁନାହାନ୍ତି।
ସବୁଠୁ ବଡ଼ କଥା ହେଲା ତାଙ୍କ ଲାଇବ୍ରେରୀରେ ୫୦୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ସ୍ଥାନ ପାଇଛି। ଯେଉଁଥିରେ ଗୁଜୁରାଟ, ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ଓଡ଼ିଆ ଭାଷାରେ ଏସବୁ ବହିକୁ ଗୋଟିଏ ଜାଗାରେ ଦେଖିବାକୁ ମିଳିବ। ବିଭିନ୍ନ ପ୍ରକାରର ଟାଇପ୍ ରାଇଟର ସାଙ୍ଗକୁ ସେ ବିଜୁବାବୁ ତିଆରି କରୁଥିବା ଏସି, ଡିସି ଓ କିରୋସିନ ନିର୍ମିତ ଇଲେକ୍ଟ୍ରୋଲକ୍ସ୍ ରେଫ୍ରିଜରେଟର ବା ଫ୍ରିଜ୍କୁ ତାଙ୍କ ଲାଇବ୍ରେରୀରେ ସ୍ଥାନିତ କରିଛନ୍ତି। ୨୦ଟି ପୁରୁଣା ମଟରସାଇକେଲ ମଧ୍ୟ ତାଙ୍କ ଲାଇବ୍ରେରୀର ଅନ୍ୟ ଦିଗ ।
ଆର୍ଥିକ ସ୍ଥିତି ଏତେ ସୁଦୃଢ଼ ନ ହେଲେ ବି ଅଖିଳଙ୍କ ଦୃଢ଼ ମନୋବଳ ବର୍ତ୍ତମାନ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସରକାରଙ୍କଠାରୁ ଏଯାବତ୍ କୌଣସି ସାହାଯ୍ୟ ତାଙ୍କୁ ମିଳିନାହିଁ। ସରକାର ଯଦି ତାଙ୍କୁ କିଛି ଜାଗା ଓ ଘର ଦିଅନ୍ତେ ଏ ସମସ୍ତ ଜିନିଷକୁ ସେ ଚିରକାଳ ପାଇଁ ସାଇତି ରଖିବାକୁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି ସେ । ସମଗ୍ର ବିଶ୍ୱରେ ଏ ବିରଳ ଜିନିଷକୁ ନେଇ ରେକର୍ଡ କରିବାକୁ ଆଶା ବାନ୍ଧିଛନ୍ତି ଅଖିଳ। ୨୦୧୮ ଜାନୁଆରୀ ସୁଦ୍ଧା ସେ ଏହାକୁ ନିଶ୍ଚୟ ପୂରଣ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।
ଅଖିଳମୋହନ ଓଡ଼ିଶାର ଜନସାଧାରଣ ଏବଂ ବିଶେଷଭାବରେ ଯୁବପୀଢ଼ିଙ୍କୁ ବାର୍ତ୍ତା ଦେବାକୁ ଯାଇ ସେ କହିଛନ୍ତି ଶାଗମାଛ ମୂଲ୍ୟରେ କୌଣସି ଜିନିଷ କବାଡ଼ି ବାଲାକୁ ନ ଦେଇ ତା’ର ଆବଶ୍ୟକତା ଭବିଷ୍ୟତରେ କଣ ହୋଇପାରେ ତା’ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହିପରି ବିରଳ ଜିନିଷସବୁକୁ ସାଇତି ରଖନ୍ତୁ। ଯାହାଫଳରେ ଆଗାମୀ ପିଢ଼ି ସେସବୁ ବିଷୟରେ ଜାଣିପାରିବେ ଓ ବୁଝିପାରିବେ।