Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11872

ଲିଭରକୁ କେମିତି ସୁସ୍ଥ ରଖିବେ?

$
0
0

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ସୁସ୍ଥ ରହିଲେ ଲିଭର ସିରୋସିସ୍, ଫ୍ୟାଟି ଲିଭର ଭଳି ଜଟିଳ ସମସ୍ୟାକୁ ଏଡ଼ାଇ ହୋଇପାରିବ। ତେବେ ଲିଭରକୁ କେମିତି ସୁସ୍ଥ ରଖିହେବ ସେ ସମ୍ପର୍କରେ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

ଖାଦ୍ୟପେୟରେ ଅନିୟମିତତା ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ। ଏହା ମଧ୍ୟରେ ବର୍ତ୍ତମାନ ଲିଭର ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଗୋଟିଏ ସୁସ୍ଥ ଜୀବନ ପାଇଁ ସୁସ୍ଥ ଲିଭରର ଆବଶ୍ୟକତା ରହିଛି। ଲିଭରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ଏକ୍ସରସାଇଜ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ।

“ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ସାଙ୍ଗକୁ କୌଣସି ଶାରୀରିକ ପରିଶ୍ରମ ନଥିବାରୁ ଲୋକେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ୧୦ ପ୍ରତିଶତ ଲୋକ ଲିଭିର ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳିକି ଲିଭର ପ୍ରତ୍ୟାରୋପଣ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଯେଉଁମାନଙ୍କ ଲିଭର କାମ କରିବା ବନ୍ଦ କରିଦିଏ ସେପରି ସ୍ଥଳରେ ଲିଭର ପ୍ରତ୍ୟାରୋପଣର ଆବଶ୍ୟକତା ପଡ଼ିଥାଏ”, ଡାକ୍ତର ଅଶୋକ ଚୌଧୁରୀ କୁହନ୍ତି।

ଅତ୍ୟଧିକ ମଦ୍ୟପାନ ଲିଭର ଖରାପ ହେବାର ମୁଖ୍ୟ କାରଣ ହୋଇଥାଏ। ଅଧିକ କାର୍ବୋହାଇଡ୍ରେଡ ଯୁକ୍ତ ଖାଦ୍ୟ ଗ୍ରହଣ ଲିଭର ପାଇଁ ଭଲ ନୁହେଁ ବୋଲି ଡାକ୍ତର କୁହନ୍ତି।

“ଗୋଟିଏ ସୁସ୍ଥ ଲିଭର ପାଇଁ ପ୍ରଥମେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଡାଏଟ କଣ୍ଟ୍ରୋଲ ସହ ନିଜକୁ ଫିଟ ରଖିବା ଏବଂ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରିବା ଦ୍ଵାରା ଲିଭର ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିହେବ ବୋଲି କହିଛନ୍ତି ଡାକ୍ତର ଅଶୋକ ଚୌଧୁରୀ।

କାର୍ବୋହାଇଡ୍ରେଡ ଯୁକ୍ତ ଖାଦ୍ୟ ଯେପରି ଭାତ, ରୁଟି ଏବଂ ମିଠା ଆଦି ଅଧିକ ଖାଇବା ଦ୍ଵାରା ଶରୀରରେ ଚର୍ବି ଜମିଥାଏ ଯାହାର ପରବର୍ତ୍ତୀ ସମୟରେ ଫ୍ୟାଟି ଲିଭର ଭଳି ସମସ୍ୟା ସୃଷ୍ଟି କରିଥାଏ। ଫ୍ୟାଟି ଫୁଡସ ବା ଜଙ୍କ ଫୁଡସଠାରୁ ଦୂରେଇ ରହିବାକୁ ଡାକ୍ତରଙ୍କ ପରାମର୍ଶ ରହିଛି।

ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରକୁ ଫାଇଦା ହୋଇଥାଏ। ଦୁଗ୍ଧ ଜାତୀୟ ଖାଦ୍ୟ, ଅଣ୍ଡା, ଚୁନା ମାଛ ଏବଂ ଚିକେନ ଖାଇବା ଦ୍ଵାରା ଲିଭର ସୁସ୍ଥ ରହିପାରିବ। ଏହା ସହିତ ପ୍ରଚୁର ପରିମାଣରେ ପାଣି ଏବଂ ଅଧିକ ମାତ୍ରରେ ଫଳ ଖାଇବା ଦରକାର। ଡ୍ରାଏ ଫ୍ରୁଟସ ମଧ୍ୟ ଲିଭର ପାଇଁ ଭଲ ହୋଇଥାଏ।

ସକାଳୁ ଶୀଘ୍ର ଖାଦ୍ୟ ଖାଇବା, କମ୍ ଖାଇବା ଏବଂ ଅଧିକ ଥର ଖାଇବା ଆବଶ୍ୟକ। ଏହା ସହିତ ରାତି ଖାଇବା ମଧ୍ୟ ଶୀଘ୍ର ହେବା ଦରକାର। ଖାଦ୍ୟ ସହିତ ନିୟମିତ ଏକ୍ସରସାଇଜ କରିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ଅଶୋକ ଚୌଧୁରୀ କୁହନ୍ତି।

Tags: #OdiaHealthTips #HealthyLiverDiet #HealthCare #HealthyLiver

The post ଲିଭରକୁ କେମିତି ସୁସ୍ଥ ରଖିବେ? appeared first on OdishaLIVE.


Viewing all articles
Browse latest Browse all 11872

Latest Images

Trending Articles



Latest Images